କରୋନା ପ୍ରଭାବ : ଫିକା ପଡିଲା ରାଜମଉଜ ନିଜ ଘର ଅଗଣାରେ ଝିଅ ଖେଳିଲେ ଦୋଳି

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜୁନ , ସୋମବାର ) କୋରାଇ :- ଆଜି ଓଡିଶାର ଗଣପର୍ବ ରଜ । ସହରାଂଚଳରେ ଏହିପର୍ବର ପ୍ରଭାବ ସେତେଟା ନଥିଲା ବେଳେ ଗାଁ ଗହଳିରେ ଏହା ବଡପର୍ବ ଭାବେ ବେଶ ଧୁମଧାମରେ ପଳିତ ହୋଇଥାଏ । ପୋଡପିଠା, ଆମ୍ବ ଓ ପଣଶ ଆଦିର ସମ୍ଭାର ନେଇ ରଜ ତିନିଦିନ ଧରିପାଳିତ ହେଉଥିଲାବେଳେ ବିଦେଶ ଯାଇଥିବା ଲୋକ, ବାହାରେ ପଢୁଥିବା ପିଲା ଗାଁ’ କୁ ଫେରନ୍ତି । ଗାଁରେ ରହୁଥିବା ଲୋକେ ସମସ୍ତ ଅଭାବ ଅନାଟନକୁ ଭୁଲି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଏହିପର୍ବକୁ । ପରସ୍ପର ରାଗ ହିଂସାକୁ ଭୁଲି ପଶା, ତାଶ, ବାଗୁଡି ଆଦି ଖେଳରେ ଗାଁର ପୁରୁଷମାନେ ମସଗୁଲ ହେଉଥିଲା ବେଳେ ଲୁଡୁ ଖେଳିବା,

 

ଖିଲିପାନ ଖାଇ ଝିଅ ବୋହୁ ମାନେ ନୂଆ ପୋଷାକ ପିନ୍ଧି, ଅତର, ଅଳତା, ମେହେନ୍ଦି ଲଗାଇ ସାହି ସାହି ବୁଲି ଦୋଳି ଖେଳି ଢଗ ଢମାଳି ଆଦି ଗୀତର ସ୍ୱରରେ ପ୍ରକମ୍ପିତ କରିଦିଅନ୍ତି ଗାଁ ତୋଟା । ହେଲେ ଆଜି ପହିଲି ରଜ ହୋଇଥିଲା ବେଳେ ମହାମାରି କରୋନାର ଦ୍ୱିତୀୟ ଲହର ଲାଗି

୩ମ ପର୍ଯ୍ୟାୟର ତାଲାବନ୍ଦ ଜାରି ରହିଥିବାରୁ ଲୋକାମନେ ବନ୍ଧୁ ଘର ଯିବା କି ଗାଁ ଗହଳୀରେ ଝିଅମାନେ ମେଳହୋଇ ସାହି ସାହି ବୁଲି ଦୋଳି ଖେଳିବା, ପିଲାମାନେ ଦଳହୋଇ ବାଗୁଡି ଖେଳିବା କଟକଣା ଲାଗି ବନ୍ଦ ହୋଇ ଯାଇଛି ।

ଏମିତିକି ଅମାନିଆ କାଳେ ଏହାର ବ୍ୟତିକ୍ରମ କରିବେ ପୁଲିସ ପ୍ରଶାସନ ମଧ୍ୟ ଗାଁ ଗାଁରେ ବୁଲି ଅନୁଧ୍ୟାନ ଜାରି ରଖିଛନ୍ତି । ପୁଲିସ ଭୟ ଲାଗି ରହିଥିôଲା ବେଳେ ଯାଜପୁର ଜିଲା କରୋନାର ଲାଲ ବଳୟରେ ରହିଥିବରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ରଜ ମଉଜ ଫିକା ପଡିଯାଇଛି । କାଁ’ ଭାଁ ଲୋକେ ନିଜ ଘରେ ଓ ଅଗଣାରେ ଦୋଳି ଲଗାଇ ଥିବା ଦେଖାଯାଇଛି । ଯାହାଫଳରେ ଝିମାନେ ବାହାରକୁ ନଯାଇ ସେହି ଦୋଳିରେ ଖେଳୁଥିବା ଦେଖାଯାଉଛି ।  ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version