ଗୋରୁ ମାଫିଆ ସକ୍ରିୟ ; ଆନ୍ଧ୍ରକୁ ଚାଲାଣ ପାଇଁ ରଖାଯାଇଥବା ବେଳେ ୨୭ ଗୋରୁକୁ ଉଦ୍ଧାର କରିଛି ପାରଳାଖେମୁଣ୍ଡି ପୋଲିସ 

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜୁନ , ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଗୋରୁ ମାଫିଆ ସକ୍ରିୟ ଗୋଷାଣୀ ବ୍ଲକର କତଲ କଇଠା ଗ୍ରାମ ନିକଟସ୍ଥ ପୁଡ଼ୁଣି ଛକରେ ଆନ୍ଧ୍ରକୁ ଚାଲାଣ ପାଇଁ ରଖାଯାଇଥିବା ୨୭ଗୋରୁକୁ ପାରଳାଖେମୁଣ୍ଡି ପୋଲିସ ଉଦ୍ଧାର କରିଛି l ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣ ବୃଦ୍ଧିପାଇଛି । ଗତ କିଛି ଦିନ ପୂର୍ବେ ଜିଲ୍ଲାର କାଶୀନଗର, ଆର୍‌.ଉଦୟଗିରି, ନୂଆଗଡ ଓ ମୋହନା ଅଞ୍ଚଳରେ ଏହି ବେଆଇନ ଗୋରୁ ଚାଲାଣକାରୀଙ୍କୁ ବିଭିନ୍ନ ସ୍ଥାନରେ ଧରି ପୋଲିସର ଜିମା ଦେଇଥିବାର ନଜିର ରହିଥିବା ବେଳେ ଶନିବାର ରାତ୍ର ସମୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ କତଳକଇଠା ଗ୍ରାମର ଯୁବ ଗୋଷ୍ଠି ଏପରି ଏକ ଗୋ ଚାଲାଣକାରୀଙ୍କୁ ଧରିବା ସହ ଗୋରୁ ମାନଙ୍କୁ ଉଦ୍ଧାର କରିଥିବାର ଜଣାପଡିଛି ।

ଘଟଣାରୁ ପ୍ରକାଶ ଯେ, ଶନିବାର ରାତ୍ରରେ କତଲକଇଠା ଗ୍ରାମର ଯୁବକ ଅଭିଷେକ ରଥଙ୍କ ନେତୃତ୍ୱରେ ଯୁବଗୋଷ୍ଠୀ ଏକତ୍ରିତ ହୋଇ ଗ୍ରାମ ପାଖରେ ଥିବା ପୋଡଣୀ ଛକ ନିକଟର ଏକ ପଡିଆରେ ଗାଇଗୋରୁ ବିଚରଣ କରୁଥିବାର ଦେଖି ସନ୍ଦେହରେ ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ଖବର ଦେଇଥିଲେ । ଖବରପାଇ ଆଦର୍ଶ ଥାନାର ଏସ୍‌ଆଇ ବିନାୟକ ମନ୍ତ୍ରୀ ଏବଂ ସଦଳେବଳେ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ବେଳେ ଜାଣିବାକୁ ପାଇଥିଲେ ଯେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗାଇ ଗୋରୁଙ୍କୁ ଅଣାଯାଇ ପଡୋଣୀ ଛକ ନିକଟସ୍ଥ ପଡିଆରେ ରଖି ଏଠାରୁ ଆନ୍ଧ୍ରକୁ ଚାଲାଣ ପାଇଁ ରଖାଯାଇଥିଲା । ଏଥିରେ ପୋଲିସ ୨୭ଗାଇ ଗୋରୁଙ୍କୁ ଉଦ୍ଧାର କରି ଘଟଣାରେ ସମ୍ପୃକ୍ତ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ପୁରୁଣାପାଟଣା ମଣ୍ଡଳର ୪ଜଣଙ୍କୁ ଗିରଫ କରିଥିବାର ତଦନ୍ତକାରୀ ଅଧିକାରୀ ଦିବାକର ପ୍ରଧାନ ସୂଚନା ଦେଇଛନ୍ତି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version