ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ , ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର )  ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନୂଆଗାଁ, କୋରଡ଼ା, ଉଦୟପୁର, ଜାକେଡ଼ା ଆଦି ପଞ୍ଚାୟତ ର ହଜାର ହଜାର ଲୋକ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ଦୀର୍ଘ ବର୍ଷ ହେବ ଡାକ୍ତର ନଥିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ନୂଆଗାଁ ସଦର ମହକୁମା ଠାରୁ କିଛି ଦୂରରେ ଅବସ୍ଥିତ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ଯୋଗୁଁ ୫୭ ନଂ ଜାତୀୟ ରାଜପଥ ରେ ଦୁର୍ଘଟଣା ହେଲେ ୨୦ କିମି ଦୂର ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଯିବାକୁ ପଡୁଥିଲା ।

ଏଭଳି ସମସ୍ୟା ନେଇ ଜନସାଧାରଣ ଗତି କରୁଥିବା ବେଳେ ଲୋକମାନଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ଦୂରୀକରଣ ପାଇଁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ପ୍ରଚେଷ୍ଟା ଜାରି ରଖିବା ସହ ସ୍ବାସ୍ଥ୍ୟ ବିଭାଗ ପାଖରେ ଦାବି କରିଥିଲେ । ଯାହା ଫଳରେ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଭାବେ ନୂତନ ଡାକ୍ତର ଡ଼. ସମ୍ବିତ କୁମାର ଜେନା ଙ୍କୁ ନିୟମିତ ଭାବେ ନିଯୁକ୍ତି ଦିଆଯାଇଛି । ଦଶପଲ୍ଲା ବିଧାୟକ ଙ୍କ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଏଭଳି ପ୍ରଚେଷ୍ଟା କୁ ନୂଆଗାଁ, କୋରଡ଼ା, ଉଦୟପୁର ,ଜାକେଡ଼ା ପଞ୍ଚାୟତ ବାସି ଙ୍କ ସମେତ ନୂଆଗାଁ ବ୍ଲକ୍ ର ଜନସାଧାରଣ ପ୍ରଶଂସା କରିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version