ସରକାରଙ୍କ ମିଛ କୋଭିଡ ମୃତ୍ୟୁ ତାଲିକାର ଖୁଲାସା କଲା କଂଗ୍ରେସ

1.  କୋଭିଡ ମୃତ୍ୟୁର ସ୍ୱତନ୍ତ ଅଡିଟ କରାଯାଉ

2.  ମୃତ୍ୟୁର ସଠିକ ତଥ୍ୟ ନଥାଇ ମୃତକଙ୍କ ପରିବାରକୁ ଥଇଥାନ କରିବେ କେମିତି 

3.  ଏକ ନମ୍ବର ହେବା ପାଇଁ  କୋଭିଡ ମୃତ୍ୟୁର ତଥ୍ୟ ଚାପିଛନ୍ତି ସରକାର

ଭୁବନେଶ୍ୱର :- ରାଜ୍ୟ ସରକାର କୋଭିଡରେ ମୃତ୍ୟୁବରଣ କରିଥିବା ପରିବାରର ମୁଖ୍ୟ ବିଧବା ପତ୍ନିଙ୍କୁ ସାମାଜିକ ସୁରକ୍ଷା ନିରାପତା ଯୋଜନାରେ ସାମିଲ କରିବା ଏବଂ କୋଭିଡ ଯୋଗୁଁ ଅନାଥ ହୋଇଥିବା ପିଲାଙ୍କୁ ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ସରକାର ଦାୟିତ୍ୱ ବହନ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ କୋଭିଡ ମୃତ୍ୟୁ ସମ୍ପର୍କରେ ସଠିକ ତଥ୍ୟ ଲୁଚାଇ ମିଥ୍ୟା ତଥ୍ୟରେ ତାହା କିଭଳି ସମ୍ଭବ ହେବ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଜ୍ୟରେ ଶ୍ମସାନରେ ନିଆଁ ଲିଭୁନି । ଆମ୍ବୁଲାନ୍ସକୁ ଡେଡ୍‌ବଡ଼ି ବୋହିବାରେ ନିସ୍ତାର ନାହିଁ । କିନ୍ତୁ ସରକାର ନିଜକୁ କୋଭିଡ ମୁକାବିଲାରେ ଦେଶରେ ଏକନମ୍ବର କରିବା ପାଇଁ କୋଭିଡ ମୃତ୍ୟୁର ସଠିକ ତଥ୍ୟକୁ ଲୁଚାଇବାରେ ବ୍ୟସ୍ତ ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ତଥ୍ୟ ଓ ପ୍ରମାଣ ସହ ସିଧାସଳଖ ଭାବରେ ଟାର୍ଗେଟ କରିଛନ୍ତି ସରକାରଙ୍କୁ ।

ପ୍ରକାଶଯୋଗ୍ୟ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଏବଂ ରାଜ୍ୟ ସରକାର ତାଙ୍କ ଅଫିସିଆଲ ପୋଟାଲରେ ଦେଇଥିବା ତଥ୍ୟ ସିଧାସଳଖ ଭାବରେ ପ୍ରମାଣିତ କରୁଛି ଯେ ରାଜ୍ୟ ସରକାର ନିଜର ଭାବମୂର୍ତି ବଂଚାଇ ରଖିବା ପାଇଁ ଏବଂ କୋଭିଡ ମୁକାବିଲାରେ ହୋଇଥିବା ବିଫଳତାକୁ ଘୋଡାଇବା ପାଇଁ କୋଭିଡ ମୃତ୍ୟୁର ବାସ୍ତବ ତଥ୍ୟକୁ ଲୁଚାଇ ରଖିବା ସହିତ ରାଜ୍ୟର ୪.୫ କୋଟି ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି । ପ୍ରକାଶ ଥାଉକି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛିଯେ ନୟାଗଡ଼ ଜିଲ୍ଲାରେ ଦ୍ୱିତୀୟ ଲହରରେ ପ୍ରଥମ କୋଭିଡ ମୃତ୍ୟୁ ଚାନ୍ଦପୁର କୋଭିଡ ହସପିଟାଲ ୨୮.୪.୨୦୨୧ରେ ହୋଇଥିଲା

ଏବଂ ରିପୋର୍ଟ ଦେବା ପର୍ଯ୍ୟନ୍ତ ଚାନ୍ଦପୁର କୋଭିଡ ହସପିଟାଲରେ ୧୧୭ଜଣ ଙ୍କର କୋଭିଡରେ ମୃତ୍ୟୁଘଟିଛି ସେଥିମଧ୍ୟରୁ ୨୧ଜଣ ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟସମସ୍ତ ନୟାଗଡ଼ ଜିଲ୍ଲାର ଏବଂ ରାଜ୍ୟ ସରକାର ତାଙ୍କ ଟୁୃ୍ୟଟର ହ୍ୟାଣ୍ଡେଲରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ପ୍ରଥମ ଏବଂ ଦ୍ୱିତୀୟ ଲହରରେ ସେହି ନୟାଗଡ଼ ଜିଲ୍ଳାରେ ୫୯ଜଣ ମୃତ୍ୟୁବରଣ କରିଛନ୍ତି । ନୟାଗଡ଼ରେ ଏହି ଘଟଣା ଭାତ ହାଣ୍ଡିରୁ ଗୋଟିଏ ମାତ୍ର । ରାଜ୍ୟ ସରକାର ତଥା ତାଙ୍କ ମୁଖିଆ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି କୋଭିଡର ପରବର୍ତୀ ସମୟରେ କୋଭିଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରକୁ ପୁଃନରୁଦ୍ଧାର କରିବାରେ ଆନ୍ତରିକ ଇଛା ଥାଏ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ କରନ୍ତୁ ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଦାବୀ କରିବା ସହିତ ଆଗାମୀ ଦିନରେ କଂଗ୍ରେସ ଏହାକୁ ନେଇ ରାଜରାସ୍ତାକୁ ଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାଶ ଓ ଜିନେସ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version