ପ୍ରଶାସନ ଚୁପ୍, ଯୁବ ଗୋଷ୍ଠୀ ଗାଁ ରାସ୍ତା ମରାମତି କଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) କଳାହାଣ୍ଡି :- ବଣ ପାହାଡ ଘେରା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତରେ ରହିଛି ଦାନାରିଗୁଡା ଗାଁ। ଏହି ଗାଁର ରାସ୍ତା ଦୀର୍ଘ ଦିନରୁ ଯାତାୟତ ପାଇଁ ଘୋର ଅସୁବିଧା ସୃଷ୍ଟି କରୁଥିଲା। ରାସ୍ତା ଖରାପ ଯୋଗୁଁ ଗତ ୧ ତାରିଖ ଦିନ ଏହି ରାସ୍ତାର ଏକ ଘାଟି ନିକଟରେ ଏକ ମାଲ୍ ବୋଝେଇ ପିକ୍ଅପ ଭ୍ୟାନ ଓଲଟି ଗାଡ଼ି ଚାଲକ ଦେବ କୁଆଁରଙ୍କ ମୃତ୍ୟୁ ହୋଇଥିଲା।

ଏହି ରାସ୍ତା ନିର୍ମାଣକୁ ନେଇ ଗାଁ ଲୋକେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ନିର୍ବାଚନ ପ୍ରତିନିଧିଙ୍କୁ ଜଣାଇଥିଲେ। ହେଲେ ଫଳାଫଳ ଶୂନ। ତେଣୁ ଗାଁ ଲୋକେ ପ୍ରଶାସନକୁ ଅପେକ୍ଷା ନ କରି ଗାଁର ଯୁବକ ମାନେ ରାସ୍ତା ମରାମତି ପାଇଁ ଆଗେଇ ଆସିଲେ। ଖାଲଖମାରେ ଭର୍ତ୍ତି ରାସ୍ତାରେ ମାଟି ପକାଇ ସମତଳ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।                  ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version