ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ଙ୍କ ଆଶୁ ଆରୋଗ୍ୟ କାମନା କଲେ ବହୁ ବୁଦ୍ଧିଜୀବୀ ଓ ରାଜନୈତିକ ନେତା 

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ବାଙ୍କୀ :- ଆଜି ବାଙ୍କୀ ର ପୂର୍ବତନ କଂଗ୍ରେସ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ କରୋନା ରେ ଆକ୍ରାନ୍ତ ହୋଇ ନିଜ ଘରେ ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଛନ୍ତି।ପୂର୍ବତନ ବିଧାୟକ ଡକ୍ଟର ପଟ୍ଟନାୟକ କରୋନା ପ୍ରଥମ ଓ ଦ୍ଵିତୀୟ ଲହରୀ ରେ ନିଜ ଜୀବନ କୁ ଖାତିର ନକରି ଲୋକ ମାନଙ୍କୁ କରୋନା ସଚେତନତା ଓ ମାକ୍ସ ଓ ସାନିଟାଇଜର ବଣ୍ଟନ କରିଥିଲେ।ତାଙ୍କର ଆଜି ସକାଳୁ ଥଣ୍ଡା ଓ କାଶ ହେବାରୁ ସେ ଭୁବନେଶ୍ୱର ର ଘରୋଇ ଚିକିତ୍ସାଳୟ ରେ ନିଜର ସ୍ୱାବ ପରୀକ୍ଷା କରି ଥିଲେ।

ସ୍ୱାବ ପରୀକ୍ଷା ରିପୋର୍ଟ ରୁ ଜଣା ପଡିଲା ସେ କରୋନା ରେ ଆକ୍ରାନ୍ତ ବୋଲି।ସେ ନିଜ ଘରେ ହୋମ ଆଇସୋଲେସନ ରହି ଚିକିତ୍ସା ହେବା ସହ କହିଛନ୍ତି ତାଙ୍କ ସହିତ ଯେଉଁ ଯେଉଁ ବ୍ୟକ୍ତି ଗତ ୧୫ ଦିନ ଭିତରେ ମିଶିଛନ୍ତି ସେମାନେ ମଧ୍ୟ ସ୍ୱାବ ପରୀକ୍ଷା କରେଇ ନିଅନ୍ତୁ।ଡକ୍ଟର ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ବାଙ୍କୀ ର ବହୁ ବୁଦ୍ଧି ଜୀବୀ , ଜନସାଧାରଣଓ ବିଭିନ୍ନ ଦଳୀୟ ରାଜନେତା ମା ଚର୍ଚ୍ଚିକା ତାଙ୍କୁ ଖୁବ ଶୀଘ୍ର ଆରୋଗ୍ୟ କରିବା ପାଇଁ ପ୍ରାଥନା କରଥିଲେ।     (ରିପୋର୍ଟ :ଗୌତମ ମିଶ୍ର)

Exit mobile version