ବାଙ୍କୀ ନିର୍ବାଚନ ମଣ୍ଡଳୀ ରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ବାଙ୍କୀ :- ଆଜି ବାଙ୍କୀ ନିର୍ବାଚନ ମଣ୍ଡଳୀ ତ୍ରିଶୂଳିଆ ଠାରେ ଓଡ଼ିଶା ଡ୍ରାଇଭର୍ ମହାସଂଘ ତରଫରୁ ଶୁଖିଲା ଖାଦ୍ୟ ମାକ୍ସ ସାନିଟାଇଜର ବଣ୍ଟନ କରାଯାଇଛି ।ରାସ୍ତାରେ ଯାଉଥିବା ପ୍ରତ୍ୟକ ଭାରି ଓ ହାଲୁକା ଗାଡି ଡ୍ରାଇଭର୍ ଙ୍କୁ ବଣ୍ଟନ କରାଯାଇଥିଲା । ବଣ୍ଟନ କାର୍ଯ୍ୟକ୍ରମ ରେ ଅଦୈତ୍ୟ ଫାଉଣ୍ଡେସନ୍ ମହାସଚିବ ତଥା ବାଙ୍କୀ ଯୁବ ସମାଜେବୀ ନଳିନୀ ରାୟ ,ଅଦୈତ୍ୟ ଫାଉଣ୍ଡେସନ୍ ର ଉପଦେଷ୍ଟା ଆଇନଜୀବି ତାପସ କୁମାରଦ୍ଵିବେଦୀ ଅତିଥି ଭାବେ ଯୋଗଦେଇପ୍ରକାଶ କରିଥିଲେ
ଗାଡି ଚାଳକ ଭାଇମାନେ କରୋନା ମହାମାରୀ ସମୟରେ ନିଜ ଜିବନ ଙ୍କୁ ବାଜି ଲଗେଇ ଅନ୍ୟ ଙ୍କୁ ସେବା ଯୋଗାଛନ୍ତି ତେଣୁ ରାଜ୍ୟ ସରକାର ଗାଡି ଚାଲାକ ଭାଇ ମାନଙ୍କୁ କରୋନା ର ସମ୍ମୁଖର ଯୁଦ୍ଧ ର ସମ୍ମାନ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସଂଘର ସଭାପତି ସୋନୁ ରାଉତ ,ସମ୍ପାଦକ ଦାମୋଦର ନାୟକ ,ଓଡ଼ିଶା ଡ୍ରାଇଭର୍ ମହାସଂଘ ର କର୍ମକର୍ତା ନେତ୍ରାନନ୍ଦ ରାଉତ , ଗଣେଶ ସାହୁ ,ଭିକୁବିଶୋଇ, ବିଜୟ ମଣ୍ଡଳ ,ଦିପକ ସ୍ବାଇଁଙ୍କ ସମେତ ବାଙ୍କୀ ଉପଖଣ୍ଡ ର ବହୁ ଡ଼୍ରାଇଭର କୋଭିଡ କଟକଣା ରେ ଯୋଗ ଦେଇଥିଲେ।
(ରିପୋର୍ଟ :ଗୌତମ ମିଶ୍ର)