ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କାର୍ଯ୍ୟାଦେଶ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର )ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମ ଗାଇବା, ତାମରଡ଼ା, ଚିପୁରୁପାଲି ଓବଡ଼ଗୁଡା ପରିଦର୍ଶନ କଲେ ପାରଳା ବିଧାୟକ କେ.ନାରାୟଣ ରାଓ । ଗ୍ରାମ ଗୁଡିକର ସ୍ଥଗିତ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ଉନ୍ନତି କାମ ସକାଶେ କାର୍ଯ୍ୟାଦେଶ ଦେଇଛନ୍ତି । ବିଧାୟକ ଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ ବେଳେ ଏବଂ କାର୍ଯ୍ୟାଦେଶ ଦେବା ସମୟରେ ତାଙ୍କ ସହ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଗୁମ୍ମା ବିଜେପି ମଣ୍ଡଳ ସଭାପତ କୃଷ୍ଣ ଚନ୍ଦ୍ର ବିଷୋୟୀଙ୍କ ସମେତ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ କୋଭିଡ଼ ଗାଇଡ ଲାଇନ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version