ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ: ବାପା ଓ ପୁଅଙ୍କ ଗଳା କାଟି ହତ୍ୟା

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ମୁଠାଗୁଡା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ବାପା ପୁଅଙ୍କୁ ଗଳା କାଟି ହତ୍ୟା l ଗୁଣି ଗାରେଡ଼ିକୁ ନେଇ ଏହିହତ୍ୟା ଘଟିଥିବା ସନ୍ଦେହ କରାଯାଉଛି ଘଟଣାରୁପ୍ରକାଶ ଯେ , ଗଜପତି ଜ଼ିଲ୍ଲା ଅଡବା ଥାନା ମୁଠାଗୁଡା ଗ୍ରାମର ଲୁକା ଦଳବେହେରା ଏବଂ ତାଙ୍କ ପୁଅ ଅନକ ଦଳବେହେରାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି l ଗତ କାଲି ରାତିରେ ଲୁକା ଏବଂ ପୁଅ ଅନକ ନିଜ କାଜୁ ତୋଟା ଯାଇଥିଲେ ସେହି ସମୟରେ କିଛି ଦୁର୍ବୁତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଲୁକାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ଅନକ ଘରେ ପହଞ୍ଚିଥିଲେ ।

ପରେ ତାଙ୍କର ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିଲା l ଲୁକା ନିଜ ପରିବାର ସହ ୧୦ ବର୍ଷ ହେଲା ନିଜ ଗ୍ରାମ ପାଟିପଙ୍କାରୁ ଆସି ମୁଠାଗୁଡାରେ ଚାଷବାସ କରି ରହୁଥିଲେ l ତେଵେ ଗୁଣିଗାରେଡିରୁ ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆର. ଉଦୟଗିରି ଏସ ଡି ପି ଓ ଙ୍କ ନେତୃତ୍ୱରେ ମୋହନା ଏବଂ ଅଡବା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ନେଇ ଏସ ଡି ପି ଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି l ଏହି ଡବଲ ମର୍ଡର ଘଟଣା ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l (ରିପୋର୍ଟ – ଗରୁଡ଼ ଧ୍ଵଜଚୌଧୁରୀ ) 

Exit mobile version