କରୋନାରେ ବିଶିଷ୍ଟ ବ୍ୟବସାୟୀଙ୍କର ମୃତ୍ୟୁ, ସ୍ଥାନୀୟ ଅଂଚଳରେ ଶୋକ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଧନଶ୍ୱେର ପଂଚାୟତର ମୃତ୍ୟୁଞ୍ଜୟପୁର(ବାଢା) ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ବରିଷ୍ଠ ରାଜନେତା ନନ୍ଦନନ୍ଦନ ରାଉତ(୭୨)ଙ୍କର ଗତକାଲି ରାତିରେ ପରଲୋକ ହୋଇଛି । ସେ ଗତ୨ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ଚିକିତ୍ସିତ ଅବସ୍ଥାରେ ଶନିବାର ରାତି ୧୦ଟାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ଜଣାପଡିବା ପରେ ସମଗ୍ର କୋରାଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ପରୋପକରୀ ମେଳାପୀ ବ୍ୟକ୍ତିଥିଲେ । ଦୀର୍ଘ ୫୦ବର୍ଷଧରି ବଂଟିରାବଜାରରେ ସେ ବ୍ୟବସାୟ କରିଆସୁଥିଲା ବେଳେ କୋରାଇ ଷ୍ଟେସନବଜାର କାଳିପୂଜା କମିଟର ସଭାପତି ଥିଲେ । ତାଙ୍କ ଶବାଧାର ନିକଟରେ ବଡଭାଇ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଓଡିଶାର ପୂର୍ବତ ମହାସଚିବ ସଚିତାନନ୍ଦ ରାଉତ, ପୁତୁରା ପୂର୍ବତନ ସରପଂଚ ରାଜେନ୍ଦ୍ରକୁମାର ରାଉତ, ଇଂ ଦିଲ୍ଲୀପକୁମାର ରାଉତ, ବୋହୁ ସରପଂଚ ନିର୍ମଳା ରାଉତ ପ୍ରମୁଖ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ତାଙ୍କୁ କରୋନା କଟକଣା ଅନୁଯାୟୀ ଯାଜପୁର ଟାଉନ ଠାରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ ସଂପନ୍ନ କରାଯାଇଥିଲା ବେଳେ ପୁତୁରା ସଞ୍ଜୟ ମୁଖାଗ୍ନି ଦେଇଥିଲେ ।

ତାଙ୍କ ମୃତ୍ୟୁ ଖବରପାଇ ପ୍ରାକ୍ତନ ରାଜ୍ୟସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, କୋରାଇ ବିଧାୟକ ଅଶୋକକୁମାର ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ, ‘ମୋକଲେଜ ଅଧ୍ୟକ୍ଷ’ ଆକାଶ ଦାସ ନାୟକ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, ଜିଲାପରିଷଦ ଉପାଧ୍ୟକ୍ଷ ଅମୂଲ୍ୟବାଳା ପାତ୍ର, ବରିଷ୍ଠ ସମାଜସେବୀ ପୀତାମ୍ବର ନନ୍ଦ, ଜିଲା ଯୁବବିଜେଡି ସଭାପତି ପ୍ରତାମହାନ୍ତି, ପୂର୍ବତନ ବ୍ଲକଅଧ୍ୟକ୍ଷ ଭୀକାରି ଚରଣ ବରାଳ, କୋରାଇ ନିର୍ବାଚନମଣ୍ଡଳୀର ବିଜେଡି ସଭାପତି ଧନେଶ୍ୱର ବାରିକ, କୋରାଇ ବ୍ଲକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ୱାଇଁ, ବ୍ଲକ ଯୁବବିଜେଡି ସଭାପତି ପ୍ରଶାନ୍ତକୁମାର ମହାପାତ୍ର, ଜିଲାପରିଷଦସଭ୍ୟା ମାତାଜୀ ଆଏଚ, ସରପଂଚ କାର୍ତିକଚନ୍ଦ୍ର ପଣ୍ଡା, ସୌଭାଗ୍ୟକୁମାର ମହାନ୍ତି, ନିରଞ୍ଜନ ନାୟକ, ଶରତକୁମାର ଜେନା, ସୁରେଖା ସେଠୀ, ରାଜେନ୍ଦ୍ରକୁମାର ରାଉତରାୟ, ଗୋଲେଖ ମାଝୀ, ପୂର୍ବତନବ୍ଲକ ଉପାଧ୍ୟକ୍ଷ ଅଥୟକୁମାର ମହାନ୍ତି ପ୍ରମୁଖ ବହୁ ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବୀ ଗଭୀର ଶୋକବ୍ୟକ୍ତ ପୂର୍ବକ ସ୍ୱର୍ଗତ ଅତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ ) 

Exit mobile version