ସପ୍ତାହାନ୍ତ ବନ୍ଦ ; ଫିକାପଡିଲା ରଜ ବଜାର , ଘରେ ରହି ରଜପାଳନ ଲାଗି ପ୍ରଶାସନର ପରାମର୍ଶ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) କୋରାଇ :- ରାତି ପାହିଲେ ଓଡିଶାର ଗଣ ପର୍ବ ରଜ । ଏହି ପର୍ବ ଲାଗି ଓଡ଼ିଆଘର ୩ଦିନଧରି ଆନନ୍ଦରେ ମୁଖରିତ ହୋଇଥାଏ । ରଜପୂର୍ବ ପୂର୍ବଦିନ ‘ପାଣିବୁହା’ । ଏହି ଦିନ ଆମ୍ବ, ପଣଶ, ଲୁଗାପଟା ଆଦି ବିଭିନ୍ନ ଜିନିଷପତ୍ର କିଣାକିଣିକରି ପର୍ବଲାଗି ପ୍ରସ୍ତୁତି ହେବାକୁ ପଡିଥାଏ । ହେଲେ ଆଜି ସେହି ପ୍ରସ୍ତୁତିର ଦିନ ‘ପାଣି ବୁହା’ ହୋଇଥିଲା ବେଳେ ବିଶ୍ୱମହାମରୀ କରୋନାର ଶୃଙ୍ଖଳ ଭାଙ୍ଗିବାଲାଗି ସପ୍ତାହାନ୍ତ ବନ୍ଦ । ତେଣୁ କରୋନା ଭୟଭୀତ କୋରାଇ ବାସୀ ଏହି ମହାମାରୀ ରୋଗର ପ୍ରତିହତ ଲାଗି ହୋଇଥିବା ସମସ୍ତ ନିୟମକୁ ଶୃଙ୍ଖଳାର ସହ ମାନି ନେଇଛନ୍ତି । ଫଳରେ ଆଜି ରବିବାର ସପ୍ତାହାନ୍ତ ବନ୍ଦ ହୋଇଥିବାରୁ ଘରୁ କେହି ବାହାରକୁ ବାହାରି ନାଥିବାରୁ ଅଂଚଳର ସମସ୍ତ ବଜାର, ଛକ ଓ ଜାତୀୟ ରାଜପଥ ଆଦି ସବୁଆଡେ ଖାଁ ଖାଁ ଲାଗୁଥିଲା । ଏବେ କରୋନାର ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସହ ସପ୍ତାହାନ୍ତ ବନ୍ଦ ଜାରି ରହିଛି । କୋରାନା ଶୃଙ୍ଖଳ ଛିନ୍ନଲାଗି ବିଭିନ୍ନ କଟକଣା ଜାରି ରହିଛି । ହେଲେ କୋରାଇ ସମେତ ଯାଜପୁର ଜିଲାରେ କରୋନା ରୋଗ ଥମିବା ପରିବର୍ତେ ବ୍ୟାପିବାରେ ଲାଗିଛି । ଏହା ବିଶେଷକରି ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ ବ୍ୟାପକ ହେବାରେ ଲାଗିଛି ।

ଆସନ୍ତା କାଲି(ସୋମବାର) ଠାରୁ ୩ଦିନ ଧରି ରଜପର୍ବ ପାଳନ ହେବ । ଏହି ପର୍ବ ପାଳନ ଅବସରରେ ଗାଁର ଲୋକମାନେ ଏକାଠି ବସି ତାସ, ପଶା, ଚେସ ଓ ଦୋଳି ଖେଳ ସହିତ ଝିଅଙ୍କ ସାହିବୁଲା ଯୋଗୁ କରୋନା ସଂକ୍ରମଣ ବୃଦ୍ଧିପାଇବାର ଆଶଙ୍କା ଦେଖାଦେଇଛି । ଏଥି ନେଇ ବ୍ଲକ ଓ ପୁଲିସ ପ୍ରଶାସନ ପକ୍ଷରୁ କଡାକଡିଭାବେ ଗ୍ରାମଂଚଳ ପ୍ରତି ତୀକ୍ଷ୍ଣନଜର ଦିଆଯିବା ଲାଗି ବୁଦ୍ଧିଜୀବୀ ମହଲରୁ ନିବେଦନ କରାଯାଇଛି । ଅନ୍ୟପକ୍ଷରେ କୋରାଇର ଅନେକ ଶ୍ରମିକ ଓ ବ୍ୟବସାୟୀଙ୍କର ପ୧⁄୨ିମବଙ୍ଗ କଲିକତା ସହ ସଂପୃକ୍ତି ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଗଣପର୍ବ ରଜରେ ଘରକୁ ଫେରିଛନ୍ତି । କରୋନା ମହାମାରୀକୁ ଲକ୍ଷ ରଖି ସାମାଜିକ ଦୂରତା ସମେତ ସମସ୍ତ କଟକଣାକୁ ମାନି ଘରେ ରହି ରଜପର୍ବ ପାଳନ କରନ୍ତୁ ଓ ନିଜେ ସୁସ୍ଥରେ ରହିବା ସହ ଅନ୍ୟକୁ ସୁସ୍ଥ ରହିବାରେ ସହାୟକ ହୁଅନ୍ତୁ ବୋଲି ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏଥିରେ ଅମାନିଆଁ ହେଲେ ଦଣ୍ଡ ସହ ତଣ୍ଡ ବିଧାନ ଲାଗି କଡାକଡିଭାବେ ନିୟମ ସୂଚିତ କରାଯାଇଛି । ଆଜି ସପ୍ତାହାନ୍ତ ବନ୍ଦରେ ଏହି ଅଂଚଳରେ କେବଳ ନିର୍ଦ୍ଧିର୍ଷ୍ଟ କେତୋଟି ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ରେଲବାଇ, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିଥିଲା ବେଳେ ମାଲ ପରିବହନ କରୁଥିବା ଗାଡି ହିଁ କେବଳ ଚଳାଚଳ କରୁଥିବା ଦେଖାଯାଇଥିଲା । ଅନ୍ୟପକ୍ଷରେ କୋରାଇ ଥାନା ଅଧିକାରି ରଞ୍ଜିତକୁମାର ମହାନ୍ତି ଓ ପାଣିକୋଇଲି ଥାନା ଅଧିକାରୀ ସୁଶିଲ କୁମାର ନାୟକ ସଦଳବଳେ ଦୁଇ ଥାନାର ଅଂଚଳ ଗ୍ରସ୍ତ କରି ବନ୍ଦ ପାଳନରେ ଶତ ପ୍ରତିଶତ ସହାୟକ ହୋଇଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ ) 

Exit mobile version