ଦିବଙ୍ଗତ ଉପଦେଷ୍ଟାଙ୍କ ସ୍ମୃତିଚାରଣ ଓ ସ୍ୱତନ୍ତ୍ର ଚାରା ରୋପଣ ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ହିଞ୍ଜିଳିକାଟୁ :-  ଓଡ଼ିଶାରେ ଶୈକ୍ଷିକ ଓ ଶିକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଖ୍ୟାତନାମା ଶିକ୍ଷାବିତ ଡଃ ବିଜୟ କୁମାର ସାହୁ କରୋନାରେ ସଂକ୍ରମିତ ହୋଇ ହାଇଦ୍ରାବାଦ ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ତାଙ୍କ ଅହେତୁକ ଦୁର୍ବଳତା ରହିଥିଲା। ରାଜଧାନୀ ଭୁବନେଶ୍ବରରେ ସାଇ ଇଣ୍ଟରନେସନାଲ ସ୍କୁଲ ନାମରେ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ଏହାର ପରିଚାଳନା ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ଉପଦେଷ୍ଟା ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।ତାଙ୍କ ନିଧନ ଫଳରେ ଶିକ୍ଷା କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ସାଧନ ହୋଇଛି।ତାଙ୍କ ଅବର୍ତ୍ତମାନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଦିବଙ୍ଗତ ଉପଦେଷ୍ଟା ତଥା ବିଶିଷ୍ଟ ଶିକ୍ଷାବିତ ଡଃ ବିଜୟ କୁମାର ସାହୁଙ୍କ ସ୍ମୃତି ଚାରଣ କରାଯିବା ପରେ ସ୍ୱତନ୍ତ୍ର ଚାରା ରୋପଣ ଅଭିଯାନ ଆରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୋଡାଲ ଅଧିକାରୀ ତଥା ହିଞ୍ଜିଳିବ୍ଳକ ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିସରରେ ରବିବାର ସ୍ମୃତିଚାରଣ ସହ ଏକ ସ୍ୱତନ୍ତ୍ର ଚାରା ରୋପଣ ଅଭିଯାନ ଆରମ୍ଭ ହୋଇଥିଲା।ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସ୍ଥାନୀୟ ହିଞ୍ଜିଳି ବନ ବିଭାଗର ବନପାଳ ବାଲାଜି ରେଡ୍ଡୀ,କୃଷ୍ଣ ସେନାପତି,ବିଦ୍ୟାଳୟ ପରିଚାଳନା ସଦସ୍ୟ,ଜନ ପ୍ରତିନିଧି ଓ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ ଶୁସାନ୍ତ ପ୍ରଧାନ)

Exit mobile version