ନୂଆଗାଁ ପୁଲିସ୍ ଦ୍ଵାରା ଏସ.କଫ ସିରଫ୍ ଜବତ , ଦୁଇ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ପୁଲିସ୍ କୁ ମିଳିଛି ବଡ଼ ସଫଳତା।ନୂଆଗାଁ ପୁଲିସ୍ ଦ୍ଵାରା ୩୦୦ ଟି ଏସ୍ କଫ କଫ ସିରଫ ଜବତ ହୋଇଛି।ସୂଚନା ଅନୁଯାୟୀ ନୂଆଗାଁ ପୁଲିସ୍ ୫୭ ନଂ ଜାତୀୟ ରାଜପଥ ନୂଆଗାଁ ଥାନା ସମ୍ମୁଖରେ ପେଟ୍ରୋଲିଂ କରୁଥିବା ସମୟରେ ସନ୍ଦେହ ରେ ଏକ ହିରୋ ହୁଣ୍ଡା ପାସନ୍ ବାଇକ୍ ଗାଡ଼ି ନଂ ( ଓ ଆର୍ ୧୫ ଏଲ ୯୨୮୭) କୁ ଅଟକାଇଥିଲା।କିନ୍ତୁ ଗାଡ଼ି ଟି ନରହି କ୍ଷୀପ୍ର ଗତିରେ ଚାଲିଯାଇଥିଲା । ନୂଆଗାଁ ପୁଲିସ୍ ଗାଡ଼ି ପିଛାକରି ସୋରଡ଼ା ଗ୍ରାମ ନିକଟରେ ଧରି

ସେଥିମଧ୍ୟରୁ ୩୦୦ ଟି ଏସ କଫ୍ ସିରଫ୍ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ସମ୍ବଲପୁର ଜିଲ୍ଲା ର ସମ୍ବଲପୁର ଟାଉନ୍ ଥାନା ଅଧୀନରେ ଥିବା ବହଲ୍ ପଡ଼ା ଗ୍ରାମ ର ବିଜୟ ସାହୁ ଙ୍କ ପୁଅ ରଘୁ ସାହୁ ଏବଂ ବରଗଡ଼ ଜିଲ୍ଲା ବରଗଡ ଟାଉନ୍ ଥାନା ଅଧୀନରେ ଥିବା ଖଜୁର ଟିକିରା ଗ୍ରାମ ର ନକୁଳ କୁମାର ସେଠୀ ଙ୍କ ପୁତ୍ର ଆନନ୍ଦ କୁମାର ସେଠୀ ଙ୍କୁ ଗିରଫ କରାଯାଇ କେସ୍ ନଂ ୭୮ / ୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ଦେବତା ସୂଚନା ଦେଇଛନ୍ତି । ( ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version