ପୋଖରୀ ବନ୍ଧ – ଭବାନୀପାଟଣା ରାସ୍ତା ଅବରୋଧ, ଦୁର୍ଘଟଣାଗ୍ରସ୍ତ ହେଲା ୪୦୭ ଓ ଟ୍ରକ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) କଳାହାଣ୍ଡି :- ଭବାନୀପାଟଣା ଓ ପୋଖରୀ ବନ୍ଧକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟିରେ ଏକ ଟ୍ରକ ଓ ୪୦୭ ମିନି ଟ୍ରକ ଓଲଟି ପଡିବାରୁ ଏହି ରାସ୍ତାଟି ଏକ ପ୍ରକାର ଅବରୋଧ ହୋଇଛି। ଏକ କୋଇଲା ବୋଝେଇ ଟ୍ରକ ଓଲଟି ପଡିବାର କିଛି ସମୟ ପରେ ପୁଣି ଏକ ୪୦୭ ଗାଡ଼ି ଓଲଟି ପଡି ଟ୍ରକଟିକୁ ଧକ୍କା ଦେଇ ଅଚଳ ହୋଇଯାଇଛି ।

ଫଳରେ ଦୀର୍ଘ ସମୟ ଧରି ଏହି ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହନ ଅଟକି ରହିଥିଲା ।  ଘଟଣା ସ୍ଥଳରେ ବିଶ୍ୱନାଥପୁର ପୋଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version