କାର୍ଯ୍ୟରେ ଅବହେଳା : ପ୍ରଧାନ ଶିକ୍ଷକ ନିଲମ୍ବିତ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ରାୟଗଡ଼ :-  କାର୍ଯ୍ୟରେ ଅବହେଳା ସହ ଉଚ୍ଚ ପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବା କାରଣ ଯୋଗୁଁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ଲକ୍ଷ୍ମୀପୁର ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ବଡରଇତଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ଶିକ୍ଷାଧିକାରୀ (ବିଇଓ) ମନୋରଞ୍ଜନ ସେଠୀ ତାରିଖ ୦୮.୦୬.୨୦୨୧ ଚିଠି ନଂ- ୮୨୬ ଅନୁଯାଇ ନିଲମ୍ବିତ କରିଛନ୍ତି । ଗଜପତି ଜିଲ୍ଲାରେ ଅନେକ ଛାତ୍ର ଭାରତିୟ ସେନାରେ ଯୋଗଦାନ କରିବା ପାଇଁ ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କିଛି ଛାତ୍ର ପରିକ୍ଷାରେ ଉର୍ତ୍ତିନ ହୋଇଥିଲେ । ସେମାନଙ୍କ ମାର୍କସିଟ ଏବଂ ସାରଟିଫିକେଟକୁ ଯାଞ୍ଚପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ସେନା କାର୍ଯ୍ୟାଳୟ ପକ୍ଷରୁ ଆସିଥିଲା ।

ଯାଞ୍ଚ ସମ୍ଭନ୍ଦିୟ ସମସ୍ତ ତଥ୍ୟ ପ୍ରଦାନ କରିବା ପାଇଁ ବିଭିନ୍ନ ବ୍ଲକ ଅନୁଯାଇ ବିଭିନ୍ନ ବ୍ଲକ ଶିକ୍ଷାଧିକାରୀଙ୍କୁ ଦିଆଯାଇଥିଲା ଏବଂ ବ୍ଲକଶିକ୍ଷାଧିକାରି ମାନେ ସିଆରସିଙ୍କ ଜରିଆରେ ପ୍ରଧାନ ଶିକ୍ଷକ ମାନଙ୍କୁ ଉକ୍ତ ନିର୍ଦ୍ଦେଶକୁ ପହଞ୍ଚାଇ ଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଲକ୍ଷ୍ମୀପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାର୍ଟିଫିକେଟ ଯାଞ୍ଚ କରି ପ୍ରଦାନ କରିନଥିଲେ ଯହାଫଳରେ ଏହା ଗୋଟିଏ ଛାତ୍ରର ଭବିଷ୍ୟତ ରହିଛି ତେଣୁ ଜିଲ୍ଲ ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇ ନିଲମ୍ବନ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ରାୟଗଡ ଗୋଷ୍ଠିଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ରାୟଗଡ ଗୋଷ୍ଠିଶିକ୍ଷାଧିକାରୀ ମନୋରଞ୍ଜନ ସେଠି । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )

Exit mobile version