ନୟାଗଡ଼ ସହରର ବିଶିଷ୍ଟ ବ୍ୟକ୍ତି ତଥା ବିଦ୍ୟୁତ ବିଭାଗର ଅବସରପ୍ରାପ୍ତ ସୁପେରିଟେଣ୍ଡିଂ ଇଞ୍ଜିନିଅର ବାନାମ୍ବର ଖଟେଇଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର )  ନୟାଗଡ଼ :- ନୟାଗଡ଼ ସହରର ୧୨ ନଂ ୱାର୍ଡର ବାସିନ୍ଦା ତଥା ବିଶିଷ୍ଟ ବ୍ୟକ୍ତି ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ ବାନାମ୍ବର ଖଟେଇଙ୍କ ୭୨ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି | ସମଗ୍ର ନୟାଗଡ଼ ତଥା ଓଡ଼ିଶାରେ ଜଣେ ସାଧୁ, ଦକ୍ଷ, କର୍ତ୍ତବ୍ୟନିଷ୍ଠ ବିଦ୍ୟୁତ ବିଭାଗୀୟ ଅଧିକାରୀ ଭାବେ ତାଙ୍କର ସୁନାମ ଥିଲା | ଜଣେ ଧର୍ମପରାୟଣ, ଦରଦୀ ବନ୍ଧୁ ଭାବେ ନୟାଗଡ଼ର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ତାଙ୍କର ବେଶ ଘନିଷ୍ଠତା ଥିଲା | ଜଣେ ଅମାୟିକ ତଥା ସରଳ ପ୍ରକୃତ୍ତିର ବ୍ୟକ୍ତି ଭାବେ ସମଗ୍ର ଜିଲ୍ଲାରେ ପରିଚିତ ଥିବା ସ୍ବର୍ଗତ ଖଟେଇଙ୍କ ପରଲୋକରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି |

ତେବେ ସ୍ବର୍ଗତ ଖଟେଇଙ୍କ ପରଲୋକରେ ନୟାଗଡ଼ର ବିଧାୟକ ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଙ୍କ ସମେତ ଜିଲ୍ଲାର ବହୁ ବିଶିଷ୍ଟବ୍ୟକ୍ତି, ବୁଦ୍ଧିଜୀବୀ, ଆଇନଜୀବୀ, ସାମ୍ବାଦିକ, ରୋଟାରୀଆନ, କେ. ସି କ୍ଲବର ସଦସ୍ୟଙ୍କ ସମେତ ସ୍ବେଛାସେବୀ ଅନୁଷ୍ଠାନ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏଠାରେ ସୂଚନା ଯୋଗ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ନୟାଗଡ଼ ଶାଖାର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟାଇଙ୍କର ସ୍ବର୍ଗତ ଖଟେଇ ହେଉଛନ୍ତି ବଡ଼ ଭାଇ ଏବଂ ମୁନିସିପାଲିଟିର ପୂର୍ବତନ ଚେୟାରମ୍ୟାନ ନିରୁପମା ଖଟେଇ ହେଉଛନ୍ତି ଭାଇ ବୋହୁ |

ତେବେ ସ୍ୱର୍ଗତ ଖଟେଇଙ୍କ ବିୟୋଗରେ ପୂର୍ବତନ କାଉଁସିଲର ଜାନକୀ ବଲ୍ଲଭ ଜେନା, ବିଜୁ ଶ୍ରମିକ ସମୁଖ୍ୟ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଯେନା ପୂର୍ବ ନଗରପାଳ ଗୁରୁପ୍ରସାଦ ଯେନା,ନନ୍ଦିଘୋର ଗ୍ରାମର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ମହାରଣାଙ୍କ ସମେତ ସରପଞ୍ଚ ଶ୍ଵେତାଲିନ ମିଶ୍ର ଏ ଅଂଚଳର ଏକ ଆଲୋକ ବର୍ତ୍ତିକା ଅସ୍ତ ହୋଇଗଲା ବୋଲି ନିଜ ଶୋକ ବ୍ୟକ୍ତ କରିବା ଅବସରରେ ପ୍ରକାଶ କରିଛନ୍ତି (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version