ନାଗସାପ ଉଦ୍ଧାର କଲେ ଦେବେନ୍ଦ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଂଚାୟତ ସ୍ଥିତ ସୁବର୍ଣ୍ଣପୁର ଗ୍ରାମର ପ୍ରଦୀପ ଦାସ ଙ୍କ ଘର ଭିତରକୁ ଏକ ସାପ ପସିଯାଇଥିବା ଦେଖି ପରିବାର ଲୋକେ ବିଚଳିତ ହୋଇଯାଇଥିଲେ।ଖବରପାଇ ଗ୍ରାମର ଯୁବ ସମାଜସେବୀ ଦେବେନ୍ଦ୍ର ପଟ୍ଟନାୟକ ଉକ୍ତ ସାପଟିକୁ କୌଶଳ କ୍ରମେ ଧରିବା ପରେ ନାଗ ସାପ ବୋଲି ଜଣାପଡିଥିଲା ।

ସାପଟିକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡିଛି।ଶ୍ରୀ ପଟ୍ଟନାୟକ ୨୦୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ସାପ ଧରି ସୁରକ୍ଷିତ ଅବସ୍ଥାରେ ସରଣ୍ଡାଗଡ ଜଙ୍ଗଲ ରେ ଛାଡିଥିବା ପ୍ରକାଶ କରିଛନ୍ତି ।  (ରିପୋର୍ଟ :ଗୌତମ ମିଶ୍ର)

Exit mobile version