ଡମପଡା ପଞ୍ଚାୟତ ର ୨ ନମ୍ବର ୱାର୍ଡ  କୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କଲେ ସରପଞ୍ଚ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ଡମପଡା ବ୍ଲକ ଡମପଡା ପଞ୍ଚାୟତ ର ୨ ନମ୍ବର ୱାର୍ଡ ର ବହୁ ବ୍ୟକ୍ତି କ ରୋନା ରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶ ରେ ଗ୍ରାମରବହୁ ବ୍ୟକ୍ତି ମିଶିବାର ସମ୍ଭାବନା ଥିବାରୁ ଆଜି ସରପଞ୍ଚ ଦେବେନ୍ଦ୍ର କୁମାର ଧଳ ସାମନ୍ତ ଉକ୍ତ ୱାର୍ଡ କୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି ।ଖଣ୍ଡାୟତ ସାହି ଭଗବତ ଘର ଠାରୁ ବସନ୍ତ ମହାରଣା ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍(ନିଶେଦ୍ଧାଞ୍ଚଳ ) କରାଯାଇଛି ।

ଆଜି ସନ୍ଧ୍ୟା ୬ ଟାରୁ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୨ ନମ୍ବର ୱାର୍ଡ ର କୌଣସି ବ୍ୟକ୍ତି ବାହାରକୁ ଯିବେ ନାହିଁ କି ବାହାର କୌଣସି ବ୍ୟକ୍ତି ଉକ୍ତ ୱାର୍ଡ କୁ ଆସିବେ ନାହିଁ ବୋଲି ସରପଞ୍ଚ ଧଳ ସାମନ୍ତ ୱାର୍ଡ ର ବିଭିନ୍ନ ପ୍ରବେଶ ପଥରେ ନୋଟିସ ମାରିଛନ୍ତି ।ଯେଉଁମାନେ ଏହି ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ ପଂଚାୟତ ରେ ଆଲୋଚନା କରାଯାଇ ଦଣ୍ଡିତ କରାଯିବ ।୨ ନମ୍ବର ୱାର୍ଡ ର ଯେଉଁ ବ୍ୟକ୍ତି ଙ୍କ ଠାରେ ଜର, କାଶ, ଥଣ୍ଡା ହେଉଛି ସେମାନେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରୀକ୍ଷା କରିନିଅନ୍ତୁ ବୋଲି ସରପଞ୍ଚ ଅନୁରୋଧ କରିଛନ୍ତି ।ଘରେ ରୁହନ୍ତୁ ସୁସ୍ଥ ରହିବା ସହ କଣ୍ଟେନ୍‌ମେଣ୍ଟ୍ ଜୋନ୍ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର)

Exit mobile version