ଟାଟାସ୍କାଏ ପକ୍ଷରୁ ଟାଟାସ୍କାଏ ମ୍ୟୁଜିକ୍ ସର୍ଭିସ୍‌ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍‌ ରବିବାରଭୁବନେଶ୍ୱର :-  ନିଜ ସବ୍‌ସ୍କ୍ରାଇବର୍‌ଙ୍କ ପାଇଁ ଆସନ୍ତାକାଲିକୁ ଆଜି ଠାରୁ ଉନ୍ନତ କରିବା ପାଇଁ ଏହାର ନୂତନ ବ୍ରାଣ୍ଡ ଉଦ୍ଦେଶ୍ୟ ସହ ଜଡିତ ରହି ଭାରତର ଅଗ୍ରଣୀ କଂଟେଂଟ୍ ଡିଷ୍ଟ୍ରିବ୍ୟୁଶନ ଓ ପେ ଟିଭି ପ୍ଲାଟ୍‌ଫର୍ମ ଟାଟାସ୍କାଏ ଏହାର ନୂତନ ମ୍ୟୁଜିକ୍ ସର୍ଭିସ୍ ଅଫରିଙ୍ଗ, ଟାଟାସ୍କାଏ ମ୍ୟୁଜିକ୍‌ର ଶୁଭାରମ୍ଭ କରିଛି । ଦୁଇଟି ପୂର୍ବତନ ପୋର୍ଟ ଫୋଲିଓ ଟାଟାସ୍କାଏ ମ୍ୟୁଜିକ୍ ଓ ଟାଟାସ୍କାଏ ମ୍ୟୁଜିକ୍‌+ର ଶକ୍ତିକୁ ଏକତ୍ରିତକରି ଏହ ମିଳିତ ଅଫରିଙ୍ଗ୍ ଯାହା କି ଟାଟାସ୍କାଏ ମ୍ୟୁଜିକ୍‌ ଭାବେ ପରିଚିତ, ଏକ ସୁଲଭ ମୁଲ୍ୟରେ ଅନେକ ଅତିରିକ୍ତ ଲାଭସହିତ ଏକ ସମୃଦ୍ଧ ଓ ସମନ୍ୱିତ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ୨୦ଟି ଅଡିଓ ଷ୍ଟେସନ ଓ ୫ଟି ଭିଡିଓଷ୍ଟେସନ ସହିତ ଟାଟାସ୍କାଏ ମ୍ୟୁଜିକ୍‌ମାସ୍‌, ନିଚେ, ଇଣ୍ଡିଆନ୍‌, ଇଂଟର ନ୍ୟାସ୍‌ନାଲ, ରିଜିଓନାଲ, ଡିଭୋସ୍‌ନାଲ, ଗଜଲ, ହିନ୍ଦୁସ୍ତାନୀ, କାର୍‌ନାଟିକ୍ ମ୍ୟୁଜିକ୍ ଆଦି ଭିନ୍ନଭିନ୍ନ ଜେନର୍‌ର ଏକ ଉନ୍ନତ ଅଫରିଙ୍ଗ୍‌କୁ ଏକତ୍ରିତ କରୁଛି ।

ଟିଭି ଓ ମୋବାଇଲ ଆପ୍‌ରେ ଉପଲବ୍ଧ ଏହ ିସେବା ହେଉଛି ଦିନକୁ ମାତ୍ର ୨.୫ ଟଙ୍କାରେ ଉପଲବ୍ଧ ହେଉଥିବା ସମଗ୍ର ପରିବାର ପାଇଁ ଏକ ଆଦର୍ଶ ସଙ୍ଗୀତ ଗନ୍ତବ୍ୟ ସ୍ଥଳୀ । ଏହି ନୂତନ ଅଫରିଙ୍ଗ ଉପରେ ମତରଖି ଟାଟାସ୍କାଏର ଚିଫ୍ କମର୍ସିଆଲ ଓ କଂଟେଂଟ୍ ଅଫିସର୍ ପଲ୍ଲବୀ ପୁରୀ କହିଛନ୍ତି, ଆମେ ଅତିରିକ୍ତ ଲାଭସହିତ ଏକ ୱାନ୍‌-ଷ୍ଟପ୍‌ମ୍ୟୁଜିକ୍‌ସର୍ଭିସ୍ ପ୍ରଦାନ କରିବାକୁ ଚାହୁଁଥିଲୁ । ସମସ୍ତ ଜେନର୍‌ର ସଙ୍ଗୀତ ପାଇଁ ଏକ ଉନ୍ନତ ଓ ସଂଗଠିତ ଲାଇବ୍ରେରୀ, ଏକ ସତେଜ ଟାଟାସ୍କାଏ ମ୍ୟୁଜିକ୍ ସବ୍‌ସ୍କ୍ରାଇବର ମାନଙ୍କୁ ଏକ ବଦ୍ଧିତ ସଙ୍ଗୀତ ଅନୁଭୂତି ପ୍ରଦାନ କରିବ । ଆମର ସହଯୋଗୀ ହଙ୍ଗାମା ମ୍ୟୁଜିକ୍‌ର ସହଯୋଗରେ ଦର୍ଶକ ଆଧାର ବୃଦ୍ଧିକରିବା ଓ ଗ୍ରାହକଙ୍କର ଅନେକ ନୂତନ ପ୍ରକାର ଅନୁସନ୍ଧାନ କରିବା ଦିଗରେଏହା ହେଉଛି ଏକ ପଦକ୍ଷେପ ।

ଗୋଟିଏ ୟୁନିଫାଏଡ୍ ପ୍ଲାଟ୍‌ଫର୍ମରେ ଅଡିଓ ଓ ଭିଡିଓ ପ୍ରଦାନ କରୁଥିବା ଟାଟାସ୍କାଏ ମ୍ୟୁଜିକ୍ ସମସ୍ତ ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ୩୬୦-ଡିଗ୍ରୀ ସୁଲଭ ଫ୍ୟାମିଲି ପ୍ଲାନ୍ ପ୍ରଦାନ କରୁଛି ଯାହାକୁ ଉଭୟଟିଭି ଓ ଟାଟାସ୍କାଏ ମୋବାଇଲ ଆପ୍‌ରେ ଆକ୍‌ସେସ୍ ସହିତ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ଉପଭୋଗ କରାଯାଇ ପାରିବ । ଏହିସେବାର ସକ୍ରିୟ ସବ୍‌ସ୍କ୍ରାଇବର୍ ମାନେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ଟାଟାସ୍କାଏ ମୋବାଇଲ ଆପ୍ ମାଧ୍ୟମରେ ମାସକୁ ୯୯ଟଙ୍କା ମୂଲ୍ୟର ହଙ୍ଗାମା ମ୍ୟୁଜିକ୍‌ପ୍ରୋ ସବ୍‌ସ୍କ୍ରିପ୍‌ଶନ ପ୍ଲାନ୍‌କୁ ମାଗଣାରେ ଉପଭୋଗ କରିବା ଜାରିରଖିବେ । ଟାଟାସ୍କାଏ ମ୍ୟୁଜିକ୍ ଓ ମ୍ୟୁଜିକ୍‌+ର ସକ୍ରିୟ ସବ୍‌ସ୍କ୍ରାଇବର୍ ମାନେ ସ୍ୱୟଂଚାଳିତ ଭାବେ ଏହି ପ୍ୟାକ୍‌କୁ ଅପ୍‌େଗ୍ରେଡ୍ ହେବେ । ନୂଆ ସବ୍‌ସ୍କ୍ରାଇବର୍ ମାନେ ୮୧୫ରେ ଏହି ସେବାକୁ ଉପଭୋଗ କରିବା ପାଇଁ ୦୮୦ ୬୮୫୮ ୦୮୧୫ରେ ମିସ୍‌କଲ୍ ଦେଇପାରିବେ ।

Exit mobile version