ରାୟଗଡ଼ା ଜିଲ୍ଲା (ଓଡିଶା ତାଜାନ୍ୟୁଜ୍ ) ଉତ୍କଳ ଆଲୁମିନା 2020 :- ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲ୍କ୍ ଅନ୍ତର୍ଗତ ଆଦିତ୍ୟ ବିର୍ଲା ଗ୍ରୁପ୍ର କଂପାନି ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ ଜିଲ୍ଲା ପ୍ରଶାସନ ସହିତ ମିଶି କୋଭିଡ୍-୧୯ ବିରୋଧରେ ମୁକାବିଲା କରିବାକୁ ପ୍ରତିବଦ୍ଧ । ଉପଯୁକ୍ତ ପ୍ରତିଷେଧମୂଳକ ପଦକ୍ଷେପ ସହିତ ୟୁଏଆଇଏଲ୍ ଏହାର ସମସ୍ତ ସେବା ପ୍ରଦାନକାରୀଙ୍କ ସହ ମିଶି ଲଢ଼େଇ କରିବା ଦିଗରେ କାର୍ଯ୍ୟ କରିବ । ୟୁଏଆଇଏଲ୍ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ କହିଛନ୍ତି ଯେ, “ଏହି ବିଶ୍ୱ ମହାମାରୀରୁ କାରଖାନା ଭିତରେ ଓ ଆଖପାଖରେ ଥିବା ଆମ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେ ନିରନ୍ତର ଭାବେ କାର୍ଯ୍ୟ କରୁଛୁ । ବର୍ତମାନ ସୁଦ୍ଧା ଉତ୍କଳରେ ଉତ୍ପାଦନ ଓ ପରିଚାଳନା ସ୍ୱାଭାବିକ ରହିଛି । ଆଜିର ତାରିଖ ସୁଦ୍ଧା ଉତ୍ପାଦନ ପ୍ରଭାବିତ ହୋଇନାହିଁ, ମାତ୍ର, ଏହି କାର୍ଯ୍ୟ ଲାଗି ବାହାର ଲୋକଙ୍କ ପରିଦର୍ଶନକୁ ଏଡ଼ାଇବା ଲାଗି ଯୋଜନାବଦ୍ଧ ବନ୍ଦକୁ ଘୁଂଚାଇଦିଆଯାଇଛି । କୋଭିଡ୍-୧୯ ବିରୋଧରେ ଲଢ଼େଇ କରିବା ପାଇଁ ଆମେ ଜିଲ୍ଲା ପ୍ରଶାସନ ସହିତ ମିଶି କାର୍ଯ୍ୟ କରୁଛୁ ଓ କରିବୁ ।’’ ଆମର ଉତ୍କଳ ହସ୍ପିଟାଲ, ଡିସପେନସେରି ଓ ଓଏଚଏସରେ ମେଡିକାଲ ପ୍ରସ୍ତୁତି ୧. ସ୍ପର୍ଶ ବିହୀନ ଇନଫ୍ରାରେଡ ଟର୍ମୋମିଟର ଜରିଆରେ ପରୀକ୍ଷା କରିବା ଲାଗି ଆବଶ୍ୟକ ହେଉଥିବା ଉପକରଣ ସହ ଉତ୍କଳ ହସ୍ପିଟାଲ ଓ ସମସ୍ତ ମେଡିକାଲ ଓ ଓଏଚ୍ଏସ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ । ୨. ଉତ୍କଳ ହସ୍ପିଟାଲରେ ସ୍ୱତନ୍ତ୍ର କ୍ୱାରାନ୍ଟିନ୍ କୋଠରି ପାଇଁ ତିନିଟି କୋଠରିକୁ ରଖାଯାଇଛି । ୩. ଜରୁରୀକାଳୀନ ସ୍ଥିତି ଭଳି କ୍ଷେତ୍ରରେ ଡାକ୍ତର ଓ ପାରାମେଡିକ ଷ୍ଟାଫମାନଙ୍କ ପାଇଁ ଡିସପୋଜେବଲ ଫୁଲ ବଡି ସୁଟ ଉତ୍କଳ ହସ୍ପିଟାଲରେ ରହିଛି । ୪.ପ୍ରାୟ ୧୦୦ ଥ୍ରୋଟ୍ କଲ୍ଚର୍ ବୋତଲ ବରାଦ କରି ରଖାଯାଇଛି ଯାହାକୁ ମାତ୍ରାଧିକ ସନ୍ଦେହଜନକ ମାମଲାରେ କଲଚରକୁ ପରୀକ୍ଷା ପାଇଁ ଭୁବନେଶ୍ୱର କିମ୍ବା କଟକକୁ ପଠାଯିବ ।
କୋଭିଡ-୧୯ ମହାମାରୀ ପାଇଁ ଉତ୍କଳ ଆଲୁମିନାର ପ୍ରସ୍ତୁତି

- Categories: Uncategorized, ଓଡ଼ିଶା, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026