ପ୍ରଭାବଶାଳି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୟରେ ଚାଲିଛି ରାୟଗଡ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ, ଚାପରେ ଭୟବିତ ଶିକ୍ଷକ ସମାଜ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ରାୟଗଡ :-  ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକରେ ଶିକ୍ଷକଙ୍କ ବାରମ୍ବାର ବଦଳିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହେଉଥିବା ସହ ରାଜନୈତିକ ସ୍ୱାର୍ଥ ହାସଲ କରିବା ଉଦ୍ଦ୍ୟେଶ ରଖି ଏପରି କରାଯାଉଥିବା ବେଳେ ଜିଲ୍ଲା ଏବଂ ବ୍ଲକ ଶିକ୍ଷାଧିକାରୀ ସେମାନଙ୍କୁ ସହୋଯୋଗ କରିଆସୁଥିବା ସହ ଶିକ୍ଷକ ମାନଙ୍କ ମନୋବଳକୁ କ୍ଷିଣ କରାଯାଉଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକୁ ନେଇ ଶିକ୍ଷକ ମାନଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ସେମାନଙ୍କୁ ରାଜନୈତିକ ଚକ୍ରାନ୍ତର ଶିକାର କରାଯାଉଥିବା ବିଦ୍ୟାଳୟବା ଚର୍ଚ୍ଚାର ବିଷୟ ପାଲଟିଛି ଗଜପତି ଜିଲ୍ଲାରେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକରେ । ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧନସ୍ଥ ପେଗଡା ପ୍ରାଥମିକ ବିଦ୍ୟାଳୟରେ ୨୦୦୨ ମସିହାରୁ ଶୌଳେନ୍ଦ୍ର କୁମାର ସୁବୁଧି ନାମକ ଜଣେ ଶିକ୍ଷକ କାର୍ଯ୍ୟ କରିଆସୁଥିଲେ । ତାଙ୍କୁ ତା-୨୪.୦୯.୨୦୧୮ ମସିହାରେ ଡମ୍ବାପୁର ପ୍ରାଥମିକ ବିଦ୍ୟାଳୟକୁ ଡେପୁଟିସନ ମାଧ୍ୟମରେ ବଦଳି କରାଯାଇଥିଲା ।

ରାୟଗଡ ଗୋଷ୍ଠି ଶିକ୍ଷାଧିକାରୀଙ୍କ ଆଦେଶ ପତ୍ର ନଂ ୧୨୪୪/୨୦୨୦ ପ୍ରକାରେ  ୨୫/୦୯/୨୦୨୦ ତାରିଖରେ  ଡେପୁଟିସନ ହୋଇଥିବା ୧୬ ଜଣ ଶିକ୍ଷକଙ୍କ ଆଦେଶକୁ ରଦ୍ଦ କରିଥିଲେ ଏବଂ  ନିଜ ପୁର୍ବ ସ୍କୁଲରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ଯାରି କରିଥିଲେ ସେଥିରେ ଶୈଳେନ୍ଦ୍ରଙ୍କ ନାମ ମଧ୍ୟ ରହିଥିଲା । ପରେ ରାୟଗଡ ଗୋଷ୍ଠି ଶିକ୍ଷାଧିକାରୀଙ୍କ ମେମୋ ନଂ ୧୨୪୯(୧୦୧) ପ୍ରକାରେ ୨୮/୦୯/୨୦୨୦ ତାରିଖରେ ଶୈଳେନ୍ଦ୍ର ବରିଷ୍ଠ ଶିକ୍ଷକ(ଲେବେଲ-୫(ବି)) ଭାବେ ପଦନ୍ନୋତି ପାଇଥିଲେ ଏବଂ ସେହିଦିନ ସେ ପେଗଡା ସ୍କୁଲରେ ଜଏନ କରିଥିଲେ । ସରକାରଙ୍କର ନିୟମାନୁସାରେ ପଦନ୍ନୋତି ପାଇଥିବା ବରିଷ୍ଠ ଶିକ୍ଷକ ମାନେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ଗ୍ରହଣ କରିବା କଥା କିନ୍ତୁ ଦାଇତ୍ୱରେ ରହିଥିବା ପ୍ରଧାନ ଶିକ୍ଷତ୍ରୀ ରଶ୍ମିତା କୁମାରି ଦେବୀ ତାଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱ ପ୍ରଦାନ କରିନଥିଲେ । ଯାହାକୁ  ନେଇ ୩୦/୦୨/୨୦୨୦ ତାରିଖରେ ଲିଖିତ ଭାବେ ରାୟଗଡ ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ବରିଷ୍ଠ ଶିକ୍ଷକ ଶୈଳେନ୍ଦ୍ର ।

ଲିଖିତ ଅଭିଯୋଗ ପାଇବା ପରେ ରାୟଗଡ ଗୋଷ୍ଠି ଶିକ୍ଷାଅଧିକାରୀ ଆଦେଶ ପତ୍ର ନଂ ୧୪୧୩ ଅନୁଯାଇ ୧୯/୧୦/୨୦୨୦  ତାରିଖରେ ଶୈଳେନ୍ଦ୍ରଙ୍କୁ ପ୍ରଧାନ ଶିକ୍ଷକ ଦାଇତ୍ୱ ହସ୍ତାନ୍ତର କରିବା ସହ ରଶ୍ମିତା କୁମାରି ଦେବୀ ହେଷ୍ଟେଲ ଦାଇତ୍ୱ ବୁଝିବା ନେଇ ନିର୍ଦ୍ଦେଶ ଜାରି କରଥିିବା ସତ୍ୱେ ଦୀର୍ଘ ଦିନ ହେବ ଗାଦିମାଡି ବସିଥିବା ରଶ୍ମିତା ମାଡାମ ଗୋଷ୍ଟି ଶିକ୍ଷାଧିକାରୀଙ୍କ ଆଦେଶକୁ ପାଳନ କରିନଥିବା ବେଳେ ଗାଦି ଛାଡିନଥିଲେ । ପୁଣି ଥରେ ଦୁଇମାସ ପରେ ୨୯/୧୨/୨୦୨୦ ତାରିଖରେ ରାୟଗଡ ଗୋଷ୍ଠି ଶିକ୍ଷାଅଧିକାରିଙ୍କ ନିକଟକୁ ଲିଖିତ ଭାବେ ଅଭିଯୋଗ ପତ୍ର ଲେଖି ଜଣାଇଥିଲେ ଶୈଳେନ୍ଦ୍ର । ଲିଖିତ ଜଣାଇବାର ଫଳ ସ୍ୱରୁପ ରାୟଗଡ ଗୋଷ୍ଠି ଶିକ୍ଷାଅଧିକାରୀ ତାଙ୍କୁ ୦୧/୦୧/୨୦୨୧ ତାରିଖରେ ନିଜର କ୍ଷମତାବଳ ପ୍ରୟୋଗ କରି ପୁଣି ଥରେ ଡେପୁଟିସନ ମାଧ୍ୟମରେ  ଡମ୍ବାପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରି ତାଙ୍କୁ ବାଧ୍ୟତା ମୁଳକ ଭାବେ ପଠାଇଥିଲେ । କେଉଁ ଉଦ୍ଦ୍ୟେଶ ରଖି ଶୈଳେନ୍ଦ୍ରଙ୍କୁ ବାରମ୍ବାର ଡେପୁଟିସନ କରାଯାଉଅଛି ଏବଂ ପ୍ରଧାନ ଶିକ୍ଷକ ଦାଇତ୍ୱରେ ଥିବା ଶିକ୍ଷୟତ୍ରୀ ଜଣଙ୍କ ଗୋଷ୍ଠି ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ବେଳେ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ? କିଛି ଦିନ ପୁର୍ବେ ଏହି ମହିଳା ପ୍ରଧାନ ଶିକ୍ଷକ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ସହ ଖରାପ ବ୍ୟବହାର ଏବଂ ତାଙ୍କୁ ଅନେକ ସମୟରେ ହଇରାଣ କରିଆସୁଥିବା ଭିଡିଓ ଭାଇରାଲ ହୋଇଥିଲା ।

ସେହି ସମୟରେ ବି ବ୍ଲକ ଶିକ୍ଷାଧିକାରୀ ଚୁପ ରହିଥିଲେ କୈଣସି ତଦନ୍ତ କରିନଥିଲେ କାରଣ ସେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଲମ୍ବାହାତକୁ ଭୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା କୁହାଯାଉଛି । ବିସ୍ୱସ୍ଥ ସୁତ୍ରରୁ  ସୁଚନା ମିଳିଛି ଯେ ପ୍ରଧାନ ଶିକ୍ଷକ ଦାଇତ୍ୱରେ ଥିବା ରଶ୍ମିତା କୁମାରି ଦେବୀଙ୍କ   ସପକ୍ଷରେ କିଏ ରାଜନୀତିକ ଚାପ୍ ହୋଉଛି କି ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରି ମାନଙ୍କୁ ଚାପ ପକାଇ ସମସ୍ତ କାର୍ଯ୍ୟ ହାସଲ କରୁଥିବା ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହି କଥା କେତେଦୁର ସତ ସମୟ ହିଁ କହିବ । ଯଦି ଏହି କଥା ସତ ହୋଇଥାଏ ଏବଂ ସେମାନଙ୍କ ଚାପ ଅନୁଯାଇ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରି ପ୍ରଶାସନିକ ଆଇନକୁ ଭାଙ୍ଗି ଶୈଳେନ୍ଦ୍ରଙ୍କୁ  ଅନ୍ୟାୟ ଭାବେ ଡମ୍ବାପୁରକୁ ଡେପୁଟିସନ କରିଥାନ୍ତି ସେଥିପାଇଁ ବ୍ଲକ ଶିକ୍ଷାଧିକାରି ହିଁ ଦାଇ ରହିବେ କାରଣ ସେ ଯେଉଁ ମାନସିକ ନିର୍ଯାତନାର ଶିକାର ହୋଇଛନ୍ତି ଯଦି ଶୈଳେନ୍ଦ୍ରଙ୍କ କିଛି କ୍ଷତି ହୁଏ ତେବେ ଦାଇ କିଏ ? ବ୍ଲକ ଶିକ୍ଷାଧିକାରୀଙ୍କ ଏହି ଦୋମୁହାଁ ନିତି କେତେ ଦିନ ରହୁଛି ଏବଂ ଶୈଳେନ୍ଦ୍ରଙ୍କୁ କେବେ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

 
Exit mobile version