୧୯୭ ଉଠା ଦୋକାନୀଙ୍କୁ ମିଳିବ ସରକାରୀ ସହାୟତା

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ହିଞ୍ଜିଳିକାଟୁ :-  ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ପ୍ରାଣଘାତୀ ସାଜିଥିବା ବେଳେ ଲୋକଙ୍କ ଜୀବନ ଜୀବିକାକୁ ବେଶ ପ୍ରଭାବିତ କରିଛି ।କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ନାଇଟକର୍ଫ୍ୟୁ, ସପ୍ତାହନ୍ତ ୨ ଦିନିଆ ଶଟଡାଉନ (ଶନି ଓ ରବିବାର) ସମେତ ସମସ୍ତ ଅଞ୍ଚଳରେ ଲକଡାଉନ ଜାରି କରାଯାଇଛି । ଲକଡାଉନ କଟକଣା ଯୋଗୁଁ ସହରାଞ୍ଚଳର ଉଠା ଦୋକାନୀ ମାନେ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଉଠା ଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହି କ୍ରମରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଉଠା ଦୋକାନୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୈାରାଞ୍ଚଳର ସମସ୍ତ ଉଠା ଦୋକାନୀ ମାନଙ୍କୁ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ସ୍ଥାନୀୟ ପୈାରାଞ୍ଚଳ ପରିସରଭୁକ୍ତ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ଉଠା ଦୋକାନ କରି ବ୍ୟବସାୟ କରୁଥିବା ୧୯୭ ଜଣ। ଉଠା ଦୋକାନୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ସହାୟତା ରାଶି ପ୍ରଦାନ କରାଯିବ । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ପ୍ରଥମ ଲହରରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ପରିସରଭୁକ୍ତ ଅଞ୍ଚଳର ୧୨୦ ଜଣ ଉଠା ଦୋକାନୀଙ୍କୁ ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା । ସ୍ଥାନୀୟ ପୌରାଞ୍ଚଳ ଭୁକ୍ତ ଅଞ୍ଚଳରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ସମସ୍ତ ଉଠା ଦୋକାନୀ ମାନେ ଯେପରି ଉପକୃତ ହୋଇପାରିବେ, ସେ ନେଇ ପୈାର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । (ରିପୋର୍ଟ: ଶୁସାନ୍ତ ପ୍ରଧାନ )

Exit mobile version