ମାଲକାନଗିରି (ଓଡିଶା ତାଜାନ୍ୟୁଜ୍ ) ମାଲକାନଗିରି 2020 :- ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ମାଓବାଦୀ ସହ ସାତଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।ମିଳିଥିବା ସୂଚନାନୁସାରେ ଦିନ ୧୧ଟା ବେଳେ ଜିଲ୍ଳା ପୁଲିସ କାର୍ଯ୍ୟାଳୟରେ ଏସ୍. ପି. ଋଷିକେଶ ଖିଲାରୀ, ବିଏସ୍ଏଫ୍ କମାଣ୍ଡାଣ୍ଡ୍ ଏ. କେ. ଆର୍ଯ୍ୟଙ୍କ ସମ୍ମୁଖରେ ଦୁର୍ଦ୍ଦାନ୍ତ ନକ୍ସଲ୍ବାଦୀ ସାମ୍ବା ଖାରା ଓରଫ ରଣଦେବ ଓରଫ ଦେବା ଆତ୍ମସମର୍ପଣ କରିଛି । ପାର୍ଟି ମେମ୍ବର ପାହ୍ୟାର ସାମ୍ବାର ଘର ମାଲକାନଗିରି ଜିଲ୍ଲାର ଲୁଚ୍ଛାପାଣି ଗ୍ରାମରେ । ୨୦୧୮ରୁ ଅଦ୍ୟାବଧି ଏକାଧିକ ଆଇଇଡି ବିସ୍ଫୋରଣ, ଗୁଳିବିନିମୟ, ନରହତ୍ୟା ଆଦି ମାମଲାରେ ସେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି । ଆଉ ୭ଜଣ ନକ୍ସଲସମର୍ଥକ ମଧ୍ୟ ଆଜି ଆତ୍ମସମର୍ପଣ କରିଛନ୍ତି । ସ୍ୱାଭିମାନ ଅଞ୍ଚଳର ଏହି ନକ୍ସଲ୍ମାନେ ହେଉଛନ୍ତି ଭାସ୍କର ଖିଲ୍ଲା ଓରଫ ବାସୁ, ଯୋଗୀ ଖାରା ଓରଫ ଯୋଗିଆ, ତ୍ରିନାଥ ଖିଲ୍ଲା, ରାଧବ ଖିଲ୍ଲା, ଖାତ୍ରୁ ହନ୍ତାଳ, ରଘୁରାମ ହନ୍ତାଳ ଓରଫ ଚିଙ୍ଗୁଡୁ ଏବଂ ନିନ୍ଦୁ ପାଙ୍ଗି । ଏହି କାର୍ଯ୍ୟକ୍ରମରେ ଏସ୍. ପି. ଋଷିକେଶ ଖିଲାରୀ, ବିଏସ୍ଏଫ୍ କମାଣ୍ଡାଣ୍ଡ୍ ଏ. କେ. ଆର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ।ଜିଲ୍ଲା ପୁଲିସ କାର୍ଯ୍ୟାଳୟର ତରଫରୁ ଆଜି ଏ ସଂକ୍ରାନ୍ତରେ ଏକ ପ୍ରେସ୍ ନୋଟ୍ ପ୍ରକାଶିତ ହୋଇଛି ।
ମାଲକାନଗିରି ପୁଲିସ ନିକଟରେ ଜଣେ ମାଓବାଦୀ ସହ ସାତଜଣ ମାଓ ସମର୍ଥକ ।

- Categories: Uncategorized, ଓଡ଼ିଶା, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026