ଜଙ୍ଗଲ ମଧ୍ୟରେ ଖସି ପଡ଼ିଲା କାର,ଅଳ୍ପକେ ବର୍ତିଲେ ପରିବାର ଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ସମ୍ପଡ଼ା ଗ୍ରାମ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ ଜଙ୍ଗଲ ମଧ୍ୟରେ ୪ ଫୁଟ ତଳକୁ ଖସିପଡିଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ଅଳ୍ପକେ ବର୍ତି ଯାଇଥିଲେ ପରିବାର । ସୂଚନା ଅନୁଯାୟୀ ରାଇପୁର ରୁ ସଚିନ ତାଙ୍କ ପରିବାରକୁ ନେଇ ପୁରୀ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ ଯାଇଥିଲେ ।

ଦର୍ଶନ ସାହି ଫେରିବା ବାଟରେ ୫୭ ନଂ ଜାତୀୟ ରାଜପଥ ରେ ଭାରସାମ୍ୟ ହରାଇ କାର ଟି ସମ୍ପଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ୪ ଫୁଟ ତଳକୁ ଖସି ପଡିଥିଲା । ଅଳ୍ପକେ ପରିବାର ଲୋକ ବଞ୍ଚିଯାଇଥିଲେ । ଘଟଣା ସ୍ଥଳରେ ନୂଆଗାଁ ଦମକଳ ବାହିନୀ ପହଞ୍ଚି ପରିବାରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ଵାରା ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ ।   ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )

Exit mobile version