ଲେଙ୍କୁଡ଼ିପଡ଼ା ନିକଟସ୍ଥ ବାରମାସୀ ଲେନର ଅମୁଲ୍ୟ ପରିଡ଼ା ଙ୍କ ଚିକିତ୍ସା ନିମନ୍ତେ , ଆର୍ଥିକ ସହାୟତା ପାଇଁ ସରକାର ଙ୍କ ସାହାଯ୍ୟ ଲୋଡୁଛନ୍ତି ପତ୍ନୀ ମଧୁସ୍ମିତା

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ନୟାଗଡ :- ଲେଙ୍କୁଡ଼ିପଡା ଗ୍ରାମ ର ଅମୁଲ୍ୟ ପରିଡ଼ା (ମୁନା) କୋଭିଡ ରୋଗରେ ଆକ୍ରାନ୍ତ ହୋଇ ଭୁବନଶ୍ୱରର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ ! ଅମୂଲ୍ୟ (33), ଅଭାବୀ ଲୋକମାନଙ୍କ ପାଇଁ ବାରମ୍ବାର ରକ୍ତଦାତା, ସର୍ବଦା ହସୁଥିବା ଏବଂ ସାହାଯ୍ୟ କରୁଥିବା ବ୍ୟକ୍ତି ଥିଲେ! ଲୋକମାନ ଙ୍କୁ ରକ୍ତ ଦାନ କରି ନୂଆ ଜୀବନ ଦେଉଥିବା ଅମୁଲ୍ୟ ଆଜି ନିଜ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି! ସେ 2016 ରେ ବିବାହ କରିଥିଲେ ଏବଂ କମ୍ପ୍ୟୁଟର ହାର୍ଡୱେୟାର କାମ କରି ଅଳ୍ପ ଆୟ ମାଧ୍ୟମରେ ତାଙ୍କ ପରିବାର (ପତ୍ନୀ ଏବଂ 3ବର୍ଷର ଶିଶୁ କନ୍ୟା) ଙ୍କୁ ଚଳାଉଥିଲେ |

ସେ ୩୧-୦୫-୨୦୨୧ ତାରିଖ ରେ କଳିଙ୍ଗ ହସପିଟାଲ,ଭୁବନେଶ୍ୱର ର ବେଡ ନମ୍ବର: 172 (ICU 3) ରେ ଭର୍ତ୍ତି ହୋଇଥିବା ଜଣାପଡିଛି | ତାଙ୍କୁ ଏକ ECMO ଶଯ୍ୟା ଦରକାର ଯାହା କୋଲକାତା / ହାଇଦ୍ରାବାଦରେ ଉପଲବ୍ଧ ଯାହା ପାଇଁ ତୁରନ୍ତ ୧କୋଟି ରୁ ୧.୫୦କୋଟି ଟଙ୍କାର ଆବଶ୍ୟକ ବୋଲି ତାଙ୍କ ପତ୍ନୀ ମଧୁସ୍ମିତା ଲେଙ୍କା ଗଣମାଧ୍ୟମ ଆଗରେ ଜଣାଇଛନ୍ତି |ଅମୁଲ୍ୟ ଙ୍କ ପତ୍ନୀ (ମଧୁସ୍ମିତା) ଏତେ ଗୁଡ଼ାଏ ଅର୍ଥ ଖର୍ଚ୍ଚ କରିବାକୁ ଅସମର୍ଥ ହୋଇଥିବାରୁ ଓଡ଼ିଶା ର ସବୁ ଭାଇ ଓ ଭଉଣୀ ଏବଂ ସରକାର ଙ୍କୁ ମଧ୍ୟ ଆର୍ଥିକ ସହାୟତା ପାଇଁ ଗଣମାଧ୍ୟମ ଆଗରେ ହାତଯୋଡି ନିବେଦନ କରିଛନ୍ତି ! (ରିପୋର୍ଟ -ରାମକୃଷ୍ଣ ରଥ)

ପତ୍ନୀ: ମଧୁସମିତା ଲେଙ୍କା |
ଖାତା ସଂଖ୍ୟା – 3368101008045
CANARA BANK
IFSC CODE- CNRB0003368
Gpay / PHONEpe number – 9583111610
ଅନୁସନ୍ଧାନ ପାଇଁ: 9040608020/8249992996

Exit mobile version