ରଣପୁର ପର୍ଯ୍ୟଟନ ସ୍ଥଳୀ ର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ସଂଘର – ଆଚାର୍ଯ୍ୟ ବିଶ୍ୱରଞ୍ଜନ

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ରଣପୁର ,ରିପୋର୍ଟ ଅଭିମନ୍ୟୁ :- ରଣପୁର ଏକ ପର୍ଯ୍ୟଟନ ସ୍ଥଳୀ ଯାହାର ଉନ୍ନତିକରଣ ନିମନ୍ତେ ସରକାର ଏବଂ ପ୍ରଶାସନ ର ଦୃଷ୍ଟି ଗୋଚର କରାଇଛନ୍ତି ରଣପୁର ପ୍ରେସ କ୍ଲବ । ରଣପୁର ର ଇତିହାସ , ପରମ୍ପରା , ପୂଜା ପାର୍ବଣ ଅତ୍ୟନ୍ତ ବିମୁଗ୍ଧକର ଏବଂ ଐତିହ୍ୟପୂର୍ଣ୍ଣ ଅଟେ । ରଣପୁର ରେ ସମସ୍ତ ପର୍ବ ପର୍ବାଣୀ ଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ଜଗନ୍ନାଥ ଙ୍କ ସମସ୍ତ ରୀତି କାନ୍ତି ଅତି ଜାକଜକମରେ ପାଳିତ ହୋଇ ଆସିଛି ।

ତଥାପି ରଣପୁର ଭଳି ଏକ ପର୍ଯ୍ୟଟନ ସ୍ଥଳୀ , ବୀର ପୁରୁଷ ଙ୍କ ଜନ୍ମ ମାଟି କୁ ଅତ୍ୟଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବା ନିମନ୍ତେ , ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , କେନ୍ଦ୍ରମନ୍ତ୍ରୀ ,୫ଟି ସଚିବ, ପ୍ରଧାନ ଶାସନ ସଚିବ , ପର୍ଯ୍ୟଟନ ମନ୍ତ୍ରୀ, ପିସିସି ସଭାପତି ଓ ନୟାଗଡ଼ ଜିଲ୍ଲା ପ୍ରଶାସନ ଙ୍କୁ ରଣପୁର ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନ ଟ୍ୱିଟ କରି ଜଣାଇଛନ୍ତି ।

ପର୍ଯ୍ୟଟନ ସ୍ଥଳୀ ରଣପୁର ର ଚନ୍ଦନ ପୁଷ୍କରିଣୀ ରେ ନୌକା ବିହାର ହେଲେ ଲୋକମାନେ ନୌକା ବିହାର କରି ଆନନ୍ଦ ଉଠାଇ ପାରିବେ ଏବଂ ତଳ ମଣିନାଗ ରୁ ଉପର ମଣିନାଗ ଯିବାକୁ ଥିବା ରାସ୍ତାରେ ରୋପ ୱେ ର ବ୍ୟବସ୍ଥା କରାଗଲେ ପର୍ଯ୍ୟଟନ ରେ ଆସୁଥିବା ଲୋକଙ୍କ ଆନନ୍ଦ ଉଲ୍ଲାସର ଏକ ଜରିଆ ହେବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ହେବାରେ ସହାୟକ ହେବ ।

ଏଥିସହ ରଣପୁର ପର୍ଯ୍ୟଟନ ସ୍ଥଳୀ ର ଉନ୍ନତି ହୋଇପାରିବ । ଏତଦବ୍ୟତୀତ ରଣପୁର ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ପାଠାଗାର ର ନିର୍ମାଣ କରିବା ପାଇଁ ବହୁ ସଂଖ୍ୟକ ଦାବି ହୋଇଛି । ରଣପୁର ଏକ ପର୍ଯ୍ୟଟନ ସ୍ଥଳୀ ହେବା ସଙ୍ଗେ ସଙ୍ଗେ ଉତ୍ତମ ଶିକ୍ଷା ଦିଗରେ ମଧ୍ୟ ବ୍ୟବସ୍ଥା କରାଯିବା ପାଇଁ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବି ହୋଇଛି । ରଣପୁର ର ଜନସାଧାରଣ ଏହି ଭଳି ଏକ ଉଚ୍ଚ ବିଚାର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଉନ୍ନତିକରଣ କାର୍ଯ୍ୟ କରାଇବା ପାଇଁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।

Exit mobile version