ନିଜ ଜନ୍ମ ଦିବସରେ ଆର୍ଥିକ ସହାୟତା ଯୋଗାଇ ଦେଲେ ଜିଲ୍ଲା ପରିଷଦ ସଦସ୍ୟ

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) କଳାହାଣ୍ଡି :- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ତଥା ମ.ରାମପୁର ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂଦେଓ ନିଜ ଜନ୍ମଦିନ ଅବସରରେ ଭିନ୍ନକ୍ଷମ ମାନଙ୍କୁ ରାସନ୍ ସାମଗ୍ରୀ କିଣିବାକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ମ.ରାମପୁର ସ୍ଥିତ ଭୀମଭୋଇ ଦିବ୍ୟାଙ୍ଗ ଅନୁଷ୍ଠାନର ଭିନ୍ନକ୍ଷମ ମାନଙ୍କୁ ଏହି ସହାୟତା ଯୋଗାଇ ଦେଇଛନ୍ତି ।

ମହାମାରୀ କରୋନା ସମୟରେ ସାଧାରଣ ଲୋକେ କାମଧନ୍ଦା ନପାଇ ବହୁ କଷ୍ଟରେ ଜୀବନ ବିତାଉଛନ୍ତି।ଭୋକରେ କେହି ରହିବେ ନାହିଁ ସେଥିପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି ଓ ଭିନ୍ନକ୍ଷମ ମାନଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂଦେଓ ତାଙ୍କ ମତାମତ ରଖିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version