ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ପଞ୍ଚାୟତ ସ୍ଥିତ ଇଚ୍ଛାପୁର ଗ୍ରାମର ଇଚ୍ଛାପୁର ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଆଜି କରାଯାଇଛି।ଗ୍ରାମ ବିଶୋଧନ କରିବା ସହିତ ଇଚ୍ଛାପୁର ଗ୍ରାମରେ ବାସ କରୁଥିବା ପରିବାର ମାନଙ୍କୁ ସାବୁନ, ମ୍ୟାକ୍ସ ବଣ୍ଟନ କରିଥିଲେ।ଗାଁ କଲ୍ୟାଣ ସମିତି ର ସଭ୍ୟା ଉର୍ମିଳା ବେହେରା, ମିନିକା ସାହୁ, ପୁଷ୍ପାଲତା ରଣା, ରୀନା ବେହେରା,

ରଞ୍ଜୁବାଳା ସାହୁ, ଲକ୍ଷ୍ମୀ ନାୟକ, ଶାନ୍ତିଲତା ସାହୁ, କୌଶଲ୍ୟା,ସାହୁ,ଆଶା କର୍ମୀ ସୁନିତା ସାହୁ, ଅଙ୍ଗନବାଡି କର୍ମୀ ଅମୂଲ୍ୟ ସାହୁ, ୱାର୍ଡ ସଭ୍ୟା ମମତା ମହାପାତ୍ର ପ୍ରମୁଖ ଙ୍କ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଆଶାକର୍ମୀ ସୁନିତା ସାହୁ ମ୍ୟାକ୍ସ ବ୍ୟବହାର କରିବା ସହିତ ସାବୁନରେ କିପରି ହାତ ଧୁଆ ଯାଏ ତାହାକୁ ଶିଖାଇଥିଲେ। (ରିପୋର୍ଟ : ଗୌତମ ମିଶ୍ର)

Exit mobile version