ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ବାଙ୍କୀ :- ରାଜ୍ୟ ସରକାର ସଂସ୍କୃତି ବିଭାଗ, ସୂଚନା ଲୋକସମ୍ପର୍କ ବିଭାଗ ଓ ଇଉନିସେଫ ର ମିଳିତ ଅନୁକୂଲ୍ୟ ରେ ରାଜ୍ୟ ବ୍ୟାପି କରୋନା ସଚେତନତା ପାଇଁ କାଲି ଠାରୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ତତ୍ୱାବଧାନ ସଚେତନତା ରଥ ଗତ କାଲି ବାଙ୍କୀ ବ୍ଲକ ୧୪ଗୋଟି ପଞ୍ଚାୟତ ବୁଲିଥିଲା ।
ଡମପଡା ବ୍ଲକ ର ୧୫ଗୋଟି ପଞ୍ଚାୟତ ବୁଲି ର ଲୋକ ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରେଇବା ସହ ବହୁ ତଥ୍ୟ ଲୋକଙ୍କୁ ରଥ ରେ ଥିବା ଏଲସିଡି ଟିଭି ମାଧ୍ୟମରେ ଚଳଚ୍ଚିତ୍ର ଦ୍ୱାରା ଦେଖାଉ ଛନ୍ତି ।
କଳାକାରମାନେ ଅଭିନୟ ମାଧ୍ୟମରେ ଡାକ୍ତର ଙ୍କ ପରାମର୍ଶ କରୋନା ସଚେତନତା ଗାଡି ରେ ଥିବା ଏଲିଡି ଟିଭି ଦ୍ୱାରା ପଞ୍ଚାୟ ର ଗା ଗାଁ ବୁଲି ଦେଖାଉ ଛନ୍ତି। ଡମପଡା ବ୍ଲକ ରେ ସଚେତନତା ରଥ କୁ ବରିଷ୍ଠ କିରାଣୀ ସୂର୍ଯ୍ୟ ମଣୀ ଧଳ ଉଦଘାଟନ କରିଥିଲେ ।ଜୀବକା ମିଶନ ର ବ୍ଲକ ପ୍ରକଳ୍ପ ଅଧିକାରୀ ଅକ୍ଷୟ ଭଟ୍ଟ ସହଯୋଗ କରିଥିଲେ ।