ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ସେବା ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ବାଙ୍କୀ :- ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷ ରେ ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ସେବା କୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ଦ୍ଵାରା କୋଭିଡ କଟକଣା ରେ ଉଦଘାଟନ କରିଥିଲେ।ଉପାନ୍ତ ଅଞ୍ଚଳରେ ଥିବା ଜନ ସାଧାରଣ ଓ ଯେଉଁ ବ୍ୟକ୍ତି ମାନଙ୍କ ଆଶା ଓ ଅଙ୍ଗନ ବାଡ଼ି କର୍ମୀ ଘର ଘର ବୁଲି କରୋନା ଲକ୍ଷଣ ସନ୍ଦେହ କରୁଛନ୍ତି ସେମାନଙ୍କ ଠାରୁ ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ସେବା ଦ୍ୱାରା ସ୍ୱାବ ସଂଗ୍ରହ କରାଯିବ।

ଏହି ସେବା ଦ୍ୱାରା ବାଙ୍କୀ ରେ କରୋନା ନିୟନ୍ତ୍ରଣ ହେବା ସହ କରୋନା ରେ ମୃତ୍ୟୁ ହାର ଶୂନ୍ୟ ହୋଇଯିବ ବୋଲି କଟକ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଦୀପା ପଟ୍ଟନାୟକ ପ୍ରକାଶ କରିଥିଲେ।ଆଜି ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ସେବା ଉଦଘାଟନ ପରେ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵଜିତ ପଣ୍ଡା ଙ୍କ ତତ୍ୱାବଧାନ ରେ ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ସେବା ଗାଡି ଡମପଡା ଅଭୟାରଣ୍ୟ ରେ ଥିବା ଡାହାଣୀଗାଡ଼ିଆ ପଡା ରେ ପହଞ୍ଚି ରୁ ୫୦ଜଣଙ୍କ ଠାରୁ ଆଣ୍ଟିଜେନ ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଯାଇ ଥିଲା।ସମସ୍ତ ଙ୍କ ରିପୋର୍ଟ ନେଗେଟିଭି ଥିବା ପ୍ରକାଶ।

 ଏହି ସେବା ଉଦଘାଟନ କାର୍ଯ୍ୟକ୍ରମ ରେ ଡମପଡା ତହସିଲଦାର କ୍ଷୀତିଶ ବେହେରା, ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ଅପର୍ଣ୍ଣା ମହାପାତ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଜନ ସମ୍ପ୍ରସାରଣ ଅଧିକାରୀ ଶାନ୍ତି ଲାତା ଦେଈ, ଫାର୍ମାସିଷ୍ଟ ଉମାକାନ୍ତ ସ୍ବାଇଁ,ପୁରୁଷ ସ୍ୱାସ୍ଥ୍ୟ ସୁପରଭାଇଜର ବସନ୍ତ ଦାସ ଓ ସବିତା ରାଣୀ ଦାସ ଙ୍କ ସମିତ ଡମପଡା ତହସିଲ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ କୋଭିଡ କଟକଣା ରେ ଉପସ୍ଥିତ ଥିଲେ।  (ରିପୋର୍ଟ :ଗୌତମ ମିଶ୍ର)

 

Exit mobile version