ତୈଳ ଦର ବୃଦ୍ଧି ପ୍ରତିବାଦ ରେ ବାଙ୍କୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ ତରଫରୁ ଗଣ ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ବାଙ୍କୀ :- ଅହେତୁକ ତୈଳ ଦର ବୃଦ୍ଧି ଯୋଗୁ ଜନସାଧାରଣ ଆର୍ଥିକ ଶୋଷଣ ର ଶିକାର ହେଉଛନ୍ତି ।କୋରନା ମହାମାରୀ ସମୟରେ ଏପରି ତୈଳ ଦର ବୃଦ୍ଧି ପ୍ରତିଟି ବ୍ୟକ୍ତିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି । ସ୍ୱଚ୍ଛ ଶାସନ ଏବଂ ସବ କା ସାଥ ସବକା ବିକାଶର ବାର୍ତା ଦେଇ କ୍ଷମତା କୁ ଆସିଥିବା ବେଜେପି ନେତୃତ୍ୱାଧୀନ ମୋଦି ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଗଣ ଧାରଣା ଦେଇଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଜିଲା କଂଗ୍ରେସ କମିଟି ଦେଇଥିବା ଡ଼ାକରାରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ବାଙ୍କୀନଗର କଂଗ୍ରେସ, ବାଙ୍କୀ ଏବଂ ଡମପଡା ବ୍ଲକ କଂଗ୍ରେସ କମିଟି ତରଫରୁ ବିଭିନ୍ନ ପେଟ୍ରୋଲ ପମ୍ପ ଠାରେ ଗଣ ଧାରଣା ଦିଆଯାଇଛି ।

ନଗର କଂଗ୍ରେସ ସଭାପତି କାଶୀନାଥ ମହାପାତ୍ର ଙ୍କ ନେତୃତ୍ୱରେ ଶିଶୁଆ ପେଟ୍ରୋଲ ପମ୍ପ,ବାଙ୍କୀ ବ୍ଲକ କଂଗ୍ରେସ କମିଟି ତରଫରୁ ସଭାପତି ନରେଶ କୁମାର ସାହୁଙ୍କ ଉପସ୍ଥିରେ କଳାପଥର ଏବଂ ଡମପଡା ବ୍ଲକ କଂଗ୍ରେସ କମିଟି ତରଫରୁ ସଭାପତି ଅସିତ ବରଣ ପଟ୍ଟନାୟକ ଙ୍କ ନେତୃତ୍ୱରେ ବାଙ୍କୀ ପେଟ୍ରୋଲ ପମ୍ପ ନିକଟରେ କୋଭିଡ ନିୟମ ଅନୁଯାୟୀ ଗଣ ଧାରଣା ଦିଆ ଯାଇ ମୋଦି ସରକାର ଙ୍କ ଜନମାରଣ ନୀତିକୁ ତୀବ୍ର ନିନ୍ଦା କରାଯିବା ସହିତ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିଫଳ ରଣ ନୀତି ଏବଂ ଦେଶ ଚଳାଇବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଫେଲ ମାରିଥିବା ବେଳେ ଲୋକଙ୍କୁ ଲୁଟିବାରେ ମୋଦି ସରକାର ଲାଗିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କୋରଣା ମହାମାରୀ ସମୟରେ ବେଜେପି ର ଏପରି ମନୋଭାବ ସ୍ପଷ୍ଟ ଭାବେ ଜନ ବିରୋଧୀ ବୋଲି କଂଗ୍ରେସ ଅଭିଯୋଗ କରି ଗଣ ଧାରଣା ଦେଇଥିଲା।ଏହି ଗଣ ଧାରଣା ରେ ବରିଷ୍ଠ କଂଗ୍ରେସ ନେତା ନୀଳମଣି ମହାପାତ୍ର, ବିଶ୍ଵ ରଞ୍ଜନ ପଣ୍ଡା,ପାର୍ଥ ସାରଥୀ ପାଣି,ଅମୀୟ କୁମାର ନାୟକ,କ୍ଷେତ୍ର ବାସୀ ଦାଶ,ରବୀନ୍ଦ୍ର ବେହେରା,ମୁନା ସିଂହ ପ୍ରମୁଖ କର୍ମକର୍ତ୍ତା କୋଭିଡ କଟକଣା ମାନି ଧାରଣା ଦେଇ କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟ କୁ ସମାଲୋଚନା କରିଥିଲେ। (ରିପୋର୍ଟ :ଗୌତମ ମିଶ୍ର)

Exit mobile version