ଘରୋଇ ଟିୟୁସନ୍ ଉପରେ ପୋଲିସର ଚଢ଼ାଉ – ନୟାଗଡ଼

ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ନୟାଗଡ଼ :- ନୟାଗଡ଼ ସଦର ଥାନା ପୋଲିସ ଆଜି ବେଆଇନ ଭାବେ ଚାଲିଥିବା ଟିୟୁସନ୍ ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି । କାଳିକାପ୍ରସାଦ ଗ୍ରାମରେ ସଦରଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସଦଳବଳେ ଚଢାଉ କରି ବେନିୟମ ଭାବରେ ଚାଲିଥିବା ଘରୋଇ ଟିୟୁସନ୍ ବନ୍ଦ କରିଥିବା ଜଣାପଡିଛି ।

ଏଥିସହିତ ୨ଜଣ ଶିକ୍ଷକଙ୍କୁ ପଚରାଉଚରା ଜାରିରହିଛି । କରୋନା ମହାମାରୀ ସମୟରେ ଛୋଟ ଛୋଟ ଶିଶୁମାନଙ୍କୁ ଏକାଠି କରିବା ଯୋଗୁଁ ସଂକ୍ରମଣର ସମ୍ଭାବନା ବଢ଼ିଥାଏ । ତେଣୁ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ( ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version