ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ – ଓଡ଼ଗାଁରେ ରାଜସ୍ୱ ରଥର ଶୁଭାରମ୍ଭ କଲେ

ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଜୁନ୍ , ଶୁକ୍ରବାର ) ଓଡ଼ଗାଁ :- ଓଡ଼ଗାଁ ତହସିଲ ଅନ୍ତର୍ଗତ ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଘର ନିକଟରେ ଘରବାଡ଼ି ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ପ୍ରଦାନ କରିବା ନିମନ୍ତେ ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ଠାରେ ଆଜି ରାଜସ୍ୱ ରଥର ଶୁଭାରମ୍ଭ ହୋଇଛି । ମହାମାରୀ କରୋନା ସମୟରେ ସଂପୃକ୍ତ ବ୍ୟକ୍ତି ବିଶେଷ ଅଫିସକୁ ନଆସି ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ସେମାନଙ୍କ ଘର ନିକଟରେ ପ୍ରଦାନ କରିବା ପାଇଁ ପୂର୍ବରୁ ସରକାର ଘୋଷଣା କରିଛନ୍ତି । ଏହି କ୍ରମରେ ଓଡ଼ଗାଁ ତହସିଲର ସମସ୍ତ ରାଜସ୍ୱ ସର୍କଲରେ ଏହି ସେବା ପ୍ରଦାନ କରାଯିବ ।

ନୟାଗଡ଼ ର ବିଧାୟକ ତଥା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକା ଦେଖାଇ ରାଜସ୍ୱ ରଥର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ଲୋକମାନେ ଜାତିଗତ ପ୍ରମାଣପତ୍ର , ଆୟ ପ୍ରମାଣ , ଦାଖଲ ଖାରଜ , ଜମିପଟ୍ଟା , ଜମିର ନକଲ ପଟ୍ଟା ଓ ସ୍ଥାୟୀ ପ୍ରମାଣ ପତ୍ର ସୁବିଧାରେ ଏବଂ କମ୍ ସମୟ ମଧ୍ୟରେ ପାଇପାରିବେ ବୋଲି ଆଶା ପ୍ରକାଶ କରାଯାଉଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ବିଜୟତା ସାମନ୍ତସିଂହାରଙ୍କ ସମେତ ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version