ଯନ୍ତା ବସାଇ କାମୁଡ଼ା ମାଙ୍କଡ଼କୁ ଧରିଲା ଆଠଗଡ ବନବିଭାଗ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍‌ ଶୁକ୍ରବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର (ସୁବର୍ଣ୍ଣ ପୁର) ପଞ୍ଚାୟତ ସ୍ଥିତ ସୁବର୍ଣ୍ଣପୁର ଗ୍ରାମରେ ଏକ ମାଙ୍କଡ଼ ଉତ୍ପାତ କରିବା ସହିତ ଗ୍ରାମର ପ୍ରାୟ ୧୦ ରୁ ଉର୍ଦ୍ଧ ଲୋକଙ୍କୁ କାମୁଡି ଖଣ୍ଡିଆ ଖାବରା କରି ଦେଇଥିଲା।ଖବର ପାଇ ଆଠଗଡ ବନବିଭାଗ ମାନଙ୍କ ଙ୍କୁ ଧରିବାକୁ ଚେଷ୍ଟା କରି ବିଫଳ ହେବାପରେ ଶେଷରେ ଗତ କାଲି ବିଳମ୍ବିତ ରାତିରେ ଆଠଗଡ଼ ବନ ଖଣ୍ଡ ପକ୍ଷରୁ ମାଙ୍କଡ଼ ଟିକୁ ଧରିବା ପାଇଁ ଯନ୍ତା ବସାଯାଇଥିଲା ।ଗତ କାଲି ବିଳମ୍ବିତ ରାତିରେ ମାଙ୍କଡ଼ ଟିକୁ ଗତ କାଲି ବିଳମ୍ବିତ ରାତିରେ ମାଙ୍କଡ଼ ଟିକୁ ଯନ୍ତା ମାଧ୍ୟମରେ ଧରି ବା ରେ ସଫଳ ହୋଇଛି ଆଠଗଡ ବନବିଭାଗ ବୋଲି ରେଞ୍ଜର ଆଇଷା ଅକ୍ଷତାର ସୂଚନା ଦେଇଛନ୍ତି।

ମାଙ୍କଡ଼ କୁ ଯନ୍ତା ରେ କାବୁ କରିବା ପରେ ରେଞ୍ଜ ଅଫିସର ସତିକା ଗଡ଼ ଜିଣିଛନ୍ତି ସେପରି ଭାବନା ରେ ନିଜ କର୍ମଚାରୀ ମାନଙ୍କୁ ଡାକି କରୋନା କଟକଣା କୁ ଫୁ କରି ଶାରୀରିକ ଦୂରତା ପ୍ରତି ଖାତିରି ନକରି ଫୋଟୋ ଉଠେଇବାରେ ବ୍ୟସ୍ତ ହୋଇଥିଲେ।ଆଠଗଡ଼ ରେ କରୋନା ସଂକ୍ରମଣ ହାର ଅଧିକା ଥିବାରୁ ରେଞ୍ଜ ଅଫିସର ଙ୍କ ଏହି ଫୋଟୋ ଉଠା ନିଶା ଗୋଷ୍ଠୀ ସଂକ୍ରମଣ କୁ ନିମନ୍ତ୍ରଣ କରୁଥିବା ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି।ରେଞ୍ଜ ଅଫିସର କରୋନା କଟକଣା ସମୟରେ କିପରି କୋଭିଡ ନିୟମ କୁ ଫୁ କରିଛନ୍ତି ତାଙ୍କ ଉପରେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ବହୁ ବ୍ୟକ୍ତି ଦାବି କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର)

Exit mobile version