ସାବିତ୍ରୀ ବ୍ରତ…

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ୍ , ବୁଧବାର ) ରଣପୁର :- 

ବିବାହ ବେଦୀରେ ଯେଉଁ କନ୍ୟା ଦିନେ
ପତ୍ନୀ ସାଜିଥିଲା ମୋର
ପଞ୍ଚ ତ୍ରିଂଶ ବର୍ଷ ହୋଇଛି ଅତୀତ
ସାବିତ୍ରୀ ବ୍ରତ ତାଙ୍କର ।

ଦିନ ଟି ଏ ପାଇଁ ମାଗି ତ ନାହାନ୍ତି
ଏହା ଦିଅ ତାହା ଦିଅ
ଶଙ୍ଖା ଓ ସିନ୍ଦୁର ଝଟକିବା ପାଇଁ
ପଦେ ଅଳି କରିଥାଅ ।
ସେକାଳେ ଯେମିତି ଏକାଳେ ଏମିତି
ପୂଜା ଓଷା ନିଷ୍ଠା ନେଇ
ସାବିତ୍ରୀ ଭୂମିକା ନିଭେଇ ଥାଆନ୍ତି
ପବିତ୍ର ମନକୁ ନେଇ ।
ମୁଁ କିନ୍ତୁ ଜାଣେନା ସଂସାର ଯାତନା
ଏକ ପତ୍ନୀ ବ୍ରତ ପାଇଁ
ସତ୍ୟବାନ ସାଜି ତ୍ଯାଗ ତିତିକ୍ଷାରେ
ଜୀବନ ଦେବି ବିତାଇ ।

ବିଜୟ କୁମାର ଜେନା,ଅବସରପ୍ରାପ୍ତ ପ୍ରାଧ୍ଯାପକ ଶାମୁକାସାହି, ରଣପୁର,ନୟାଗଡ

Exit mobile version