ମାଙ୍କଡ଼ କାମୁଡ଼ାରେ ୧୦ ରୁ ଉର୍ଦ୍ଧ ଆହତ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସାନ୍ତରାପୁର (ସୁବର୍ଣ୍ଣ ପୁର) ପଞ୍ଚାୟତ ସ୍ଥିତ ସୁବର୍ଣ୍ଣପୁର ଗ୍ରାମରେ ମାଙ୍କଡ଼ କାମୁଡ଼ାରେ ୧୦ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ସୁଚନା ଯୋଗ୍ୟ ଗତକାଲି ରାତିରେ ଲୋକମାନେ ଗାଁ ରେ ବୁଲୁଥିବା ଓ କିଛି ଲୋକେ ପିଣ୍ଡା ବାରଣ୍ଡାରେ ବସିଥିବା ସମୟରେ ଏକ ମାଙ୍କଡ଼ ଆସି ଲୋକମାନଙ୍କୁ ରାମ୍ପୁଡା ରାମ୍ପୁଡି କରି ୧୦ ରୁ ଉର୍ଦ୍ଧ ଜଣ ଆହତ ହୋଇଥିବା ଜଣାପଡିଛି।ଉକ୍ତ ଆହତ ବ୍ୟକ୍ତି ମାନେ ସୁବର୍ଣ୍ଣ ପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ଚିକିତ୍ସିତ ହେଇଥିଲେ । ଗ୍ରାମ ର କିଛି ଯୁବକ ବାଡ଼ି ଧରି ମାଙ୍କଡ଼ ଘଉଡାଇବା କୁ ଚେଷ୍ଟା କରି ବିଫଳ ହୋଇଥିଲେ ।

ସକାଳୁ ଆଠଗଡ ବନଖଣ୍ଡ ବିଭାଗକୁ ଜଣାଇବା ପରେ ଖବର ପାଇ ଆଠଗଡ ରେଞ୍ଜର ବନ ବିଭାଗ କର୍ମଚାରୀ ମାନଙ୍କୁ ପଠାଇ ମାଙ୍କଡ଼ ଧରିବାକୁ ପଠାଇଥିଲେ । ବଡ ବଡ ଗଛରେ ମାଙ୍କଡ ମାନେ ଲୁଚି ଯାଉଥିବାରୁ ମାଙ୍କଡ ମାନଙ୍କୁ ଧରିବା ସମ୍ଭବ ହୋଇନଥିଲା ।ଅନ୍ୟପଟେ ମାଙ୍କଡ଼ ର ଉପଦ୍ରବ ଓ କାମୁଡ଼ାରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି  । ଯଦି ମାଙ୍କଡ଼ ମାନଙ୍କୁ ଧରା ନଯାଇ ପାରିବ ତେବେ ଚନ୍ଦକା ବନବିଭାଗ ରୁ ମାଙ୍କଡ଼ ଧରାଳି ସ୍କ୍ୱାର୍ଡ ଡକାଇ ମାଙ୍କଡ଼କୁ ଧରାଯିବ ବୋଲି ଆଠଗଡ ବନବିଭାଗ ରେଞ୍ଜର ଆଇଷା ଅକ୍ଷତାର ସୂଚନା ଦେଇଛନ୍ତି । (ରିପୋର୍ଟ :ଗୌତମ ମିଶ୍ର )

Exit mobile version