ରାଜପୁରୁ ଗ୍ରାମ ଠାରେ ଉଭୟ ପାର୍ଶ୍ଵରେ କେନାଲ ନିର୍ମାଣ ପାଇଁ ଦାବୀ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ରାୟଗଡ଼,ଗଜପତି  :- ରାୟଗଡ଼ ବ୍ଲକ ସାନତୁଣ୍ଡି ପଂଚାୟତ ଏନ ହେଚ -26ଏ ରାଜପୁରୁ ଗ୍ରାମଠାରେ ନିର୍ମାଣ ହୋଇଥିବା ଏହି ରାସ୍ତା ଅଳ୍ପ ଦିନରେ ପିଚୁ ଉଠିଯିବା ସମ୍ଭାବନା ଦେଖାଦେଇଛି ! କାରଣ ଅଳ୍ପ କିମ୍ବା ଅଧିକ ବର୍ଷା ହେଲେ ଗାଁ ର ଉପର ମୁଣ୍ଡରେ ଥିବା ଉଚ୍ଚ ସ୍ଥାନ ମାନଙ୍କରୁ ବର୍ଷା ପାଣି ଆଶି ଏହି ପିଚୁ ରାସ୍ତା ଦେଇ ଗାଁ ଭିତରକୁ ପାଣି ପଶୁଥିବା ଦେଖିବାକୁ ମିଳୁଛି ! କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭଗୀୟ ଯନ୍ତ୍ରୀ ମାନଙ୍କ ଖାମଖିଆଲ ଯୋଗୁଁ ଏହି ଭଳି ରାସ୍ତା କାର୍ଯ୍ୟ ଶୀଘ୍ର ଖରାପ ହେଉଥିବା ଦେଖିବାକୁ ମିଳୁଛି !

ଏଣୁ ଗଜପତି ଜିଲ୍ଲା ପୂର୍ତ୍ତି ବିଭାଗ ଅଧିକାରୀ ଏହି ଗାଁ ର ସାଧାରଣ ବର୍ଷା ହେଲେ ଯେଉଁ ସମସ୍ୟା ଗ୍ରାମବାଶି ଭୋଗୁଛନ୍ତି ତାହାର ସମାଧାନ ରାସ୍ତା ରବିକଳ୍ପ ହେଉଛି ଉଭୟ ପାର୍ଶ୍ଵରେ କେନାଲ କରାଗଲେ ଗାଁ ମଧ୍ୟକୁ ରାସ୍ତା ଉପରେ ପାଣି ଯାଇପାରିବ ନାହିଁ ଏଥି ପାଇଁ ଦୃଷ୍ଟି ଦେବାକୁ ଗ୍ରାମର ବୁଦ୍ଧିଜୀବୀ ସ୍ଥାନୀୟ ସମିତି ସଭ୍ୟ ନବ କିଶୋର ଶବର, ଦଣ୍ଡାସି ନାୟକ,ୱାଡସଭ୍ୟ ରାଧାକାନ୍ତ ରାଘବ,ପଞ୍ଚୁ ଦଳାଇ,ଶିବ ନାୟକ,ଘନଶ୍ୟାମ ଦଳାଇ,ପ୍ରମୁଖ ଦାବୀ ଜଣାଇଛନ୍ତି !  (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version