ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥ ମନ୍ଦିର ପରିଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ନୂତନଭାବେ ନିର୍ମାଣଧିନ ଥିବା ନୂତନ ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପରିଦର୍ଶନ କରିଛନ୍ତି । ବର୍ତ୍ତମାନ ଏହି ନିର୍ମାଣଧିନ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ମଣ୍ଡପ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି

ଏହାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରି ଏହି ନିର୍ମାଣ କାର୍ଯ୍ୟରେ ଯେ କୌଣସି ସହଯୋଗ ଆବଶ୍ୟକ ଥିଲେ ପ୍ରଶାସନ ନିଶ୍ଚିତ ଭାବେ ସହଯୋଗ ଯୋଗାଇବ ବୋଲି କହିଥିଲେ  । ଏହି ପରିଦର୍ଶନ ବେଳେ ସେଠାରେ ଜଗନ୍ନାଥଙ୍କ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା ଖଲି ବରାଡ ପ୍ରମୁଖ ଉପସ୍ଥିତ ଥିଲେ (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version