ବିଧବା ମହିଳାଙ୍କୁ ସ୍ଵର୍ଗଦ୍ଵାର ସେବା ସଂଗଠନର ପ୍ରତିଶ୍ରୁତି,ବିଧବା ଭତ୍ତା ମଞ୍ଜୁର ଯାଏ ମାସିକ ଏକ ହଜାର ଟଙ୍କା

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) କଳାହାଣ୍ଡି :- କଳାହାଣ୍ଡି ସ୍ଵର୍ଗଦ୍ଵାର ସେବା ସଂଗଠନ ତରଫରୁ ସଙ୍ଗଠନର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ସାଥି ସଂପାଦକ ମନୋଜ କୁମାର ଷଡ଼ଙ୍ଗୀଙ୍କ ସହ କର୍ଲାମୁଣ୍ଡା ବ୍ଲକର ଭଟାପଲା ପଞ୍ଚାୟତର ଏକ ଅସହାୟ ତଥା ୫ ବର୍ଷ ହେଲା ବୈଧବ୍ୟ ଯନ୍ତ୍ରଣାରେ ଜର୍ଜରିତ ଜୀବନ ଜିଉଁଥିବା ଏକ ଗରିବ ମହିଳାଙ୍କୁ ଭେଟିଥିଲା ସଙ୍ଗଠନ । ଗରିବର ଅଙ୍କ କଷିଲେ ସ୍ନେହଲତାର ହିସାବ ଛିଣ୍ଡିବ ନାହିଁ । ସଂଗଠନ ନିଷ୍ପତ୍ତିକ୍ରମେ ଅସରନ୍ତି ଦୁଃଖରେ ପିଡୀତା ଦୁଃଖିନୀ ସ୍ନେହଲତା ଭଉଣୀଙ୍କୁ ସାମାନ୍ୟ ରାସନ ସାମଗ୍ରୀ ଆର୍ଥିକ ସହାୟତା ସ୍ବରୁପ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ସ୍ନେହଲତାଙ୍କ ସୁଖକୁ ଫେରେଇଦେବା କ୍ଷମତା ଆମ ପାଖରେ ନାହିଁ ।

ତଥାପି ସ୍ନେହଲତା ଦୁଇଟି ସନ୍ତାନ ପାଇଁ ଦୁଃଖକୁ ନିଜ ପଣତକାନିରେ ଧରି ସଂଗ୍ରାମ କରୁଥିବାରୁ ସାମାନ୍ୟ ଉଲ୍ଲସିତ କରିବା ପାଇଁ ସ୍ବର୍ଗଦ୍ବାର ସେବା ସଙ୍ଗଠନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ଏକ ସହାୟତାର ହାତ ବଢାଇଥିବା ସଂଗଠନ ପକ୍ଷରୁ ପ୍ରକାଶ ପାଏ। ଯେତେଦିନ ଯାଏଁ ପ୍ରଶାସନ ସ୍ନେହଲତାର ବିଧବା ଭତ୍ତା ମଞ୍ଜୁର ନ କରିଛନ୍ତି ସେତେଦିନ ଯାଏଁ ଆମ ସଂଗଠନ ମାସିକ ୧୦୦୦ ଟଙ୍କା ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହି ଅସହାୟ ପରିବାର ପ୍ରତି ସ୍ଵର୍ଗଦ୍ଵାର ସେବା ସଂଗଠନର ସହାୟତା ଯୋଗୁଁ ଜନସାଧାରଣରେ ଖୁବ ପ୍ରଶଂସା କରାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version