
ମଙ୍ଗଳବାର ରଥ ଖଳାରୁ :-
ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ପୁରୀ :- ଗତକାଲି ସୁଧା ତିନିରଥର ୩୭ ଗୋଟି ଚକର ନିର୍ମାଣ ଶେଷ ହୋଇଥିଲା, ଆଜି ତାଳଧ୍ଵଜ ରଥର ଗୋଟିଏ ଚକ ନିର୍ମାଣ ଶେଷ ହୋଇ ତିନିରଥର ମୋଟ-୩୮ ଚକ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନିରଥର ଚାରୋଟି ଲେଖାଁଏ ଚାରିନାହାକା ର ନିର୍ମାଣ କାର୍ଯ୍ୟ ଶେଷ ହୋଇ, ତିନି ରଥ ପାଇଁ ଦୁଇଟି ଲେଖାଁଏ ‘ଗରଗରା’ ଚଉପଟ କାମ ଚାଲୁଅଛି । ଏହାଛଡା ଗତ କାଲିଠାରୁ ଅନୁକୂଳ ପୂଜା ସରି ୯ ଗୋଟି ଦଣ୍ଡା ର ଚଉପଟ କାମ ଆରମ୍ଭ ହୋଇ ଆଜି ତିନୋଟି ଲେଖାଁଏ ଦଣ୍ଡାର ଚଉପଟ କାମ ଶେଷ ହୋଇଛି,ଏତତ୍ ବ୍ୟତୀତ ଦଣ୍ଡାରେ ସଂଯୋଗ ପାଇଁ ଦୁଇଟି ଲେଖାଁଏ ‘ମୁଁହାଟ’ ରେ ପାଂଚ ବିନ୍ଧ ଖୋଦେଇ କାମ ଶେଷ ହୋଇଅଛି । ଏହାଛଡା ଦୋଳବେଦୀ ଠାରେ ତାଳଧ୍ଵଜ ରଥର ‘ପୋଲ ଗୟଳ’ ଚିରଟ କାମ ଶେଷ ହୋଇ ଆଜି ନନ୍ଦିଘୋଷ ରଥର ‘ପୋଲ ଗୟଳ’ ଚିରଟ ପାଇଁ ଗୟଳ କାଠର ଉଭୟ ପାର୍ଶ୍ୱ ବାରିସୀରେ ସମତଳ କାମ ଚାଲୁଅଛି । ରୂପକାର ସେବକ ମାନେ ତିନି ରଥର ‘କୋଣ ଗୁଜ’ ରେ ସିଂହ- ବିରାଳ ରୂପ ଖୋଦେଇ କାମ ଜାରୀ ରଖି ଛନ୍ତି, ରୂପ ଖୋଦେଇ ପରେ ପଲିସ ସରି ଥିବା ମୂର୍ତି ଗୁଡିକରେ ଅଳଙ୍କାର ପକାଯାଉ ଅଛି ।
ରଥ ନିର୍ମାଣ ଅଗ୍ରଗତି :-
ମୋଟ ରଥ ନିର୍ମାଣକାରୀଙ୍କ ଉପସ୍ଥାନ ୧୯୪ ତିନିରଥର ମୋଟ ମହାରଣା ୭୭ ତିନି ରଥର ଭୋଇ ସେବକ ୭୩ ତିନିରଥର କରତି ସେବକ ୪ ପାହି ମହାରଣା ୧ ଓଝା ବା କମାର ସେବକ ୧୭ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୯ ରଥ ଖଳା ସହାୟକ ୧ ମୋଟ ୧୯୪
ତାଳଧ୍ଵଜ ଚାଳି :-
