ବାଙ୍କୀ ବିକାଶ ମଞ୍ଚ ପକ୍ଷରୁ ଉପଖଣ୍ଡ ଚିକିତ୍ସା ଲୟ କୁ ଥର୍ମାଲ ସ୍କାନର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବା ରୁ ସରକାର ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇ କରୋନା କୁ ବ୍ରେକ ଦେବାପାଇଁ ଉଦ୍ୟମ ହେଉଛି । ଆଜି ବାଙ୍କୀ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାଙ୍କୀ ବିକାଶ ମଞ୍ଚ ପକ୍ଷରୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଲୟ ରେ ଅନୁଷ୍ଠାନ ର ମୁଖ୍ୟ ତଥା ବାଙ୍କୀ ବିଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଥର୍ମାଲ ସ୍କାନର ୨ଗୋଟି ପ୍ରଦାନ କରିଥିଲେ।ବାଙ୍କୀ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ଏହି ଥର୍ମାଲ ସ୍କାନର ଶ୍ରୀ ପାଢ଼ୀ ଙ୍କ ଠାରୁ ଗ୍ରହଣ କରିଥିଲେ ।

ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ବିଜେପି ବାଙ୍କୀ ନଗର ମଣ୍ଡଳ ସଭାପତି ସଞ୍ଜୟ ରଣା,ବିଜେପି ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସଂଗ୍ରାମ ବିଭୁତି ରାୟ ଓ ବାଙ୍କୀ ନଗର ମଣ୍ଡଳ ସମ୍ପାଦକ ସରୋଜ କୁମାର ସାମନ୍ତରାୟ କୋଭିଡ କଟକଣା ରେ ଶ୍ରୀ ପାଢ଼ୀ ଙ୍କୁ ବଣ୍ଟନ ରେ ସହଯୋଗ କରିଥିଲେ । ବଣ୍ଟନ ପରେ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପାଢ଼ୀ ବାଙ୍କୀ ଚିକିତ୍ସା ଲୟ ରେ କିପରି ଉନ୍ନତ ଚିକିତ୍ସା ପ୍ରଦାନ କରାଯାଇ ପାରିବ ଓ ବାଙ୍କୀ ଚିକିତ୍ସା ଲୟ ରେ ଖାଲି ଥିବା ଡାକ୍ତର ପଦବୀ ପୂରଣ କେବେ ହେବ ସେ ସମ୍ପର୍କରେ ଡାକ୍ତର ମହାପାତ୍ର ଙ୍କ ସହ ଆଲୋଚନା କରିଥିଲେ । (ରିପୋର୍ଟ : ଗୌତମ ମିଶ୍ର )

Exit mobile version