ସହରାଚଂଳ ଉଠା ଦୋକାନୀଙ୍କୁ ସହାୟତା ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ – ପ୍ରତାପ ଜେନା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର )  ଭୁବନେଶ୍ୱର :- ସହରାଚଂଳ ଉଠା ଦୋକାନୀଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏଥି ପାଇଁ ପଚାଂୟତିରାଜ , ପାନୀୟଜଳ , ଆଇନ ,ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ସମୟୋଚିତ ପଦକ୍ଷେପ ନିମନ୍ତେ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି ।

କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିବା ବେଳେ ଜୀବନ ଜୀବିକା ଉପରେ ମଧ୍ୟ ସର୍ବାଧିକ ପ୍ରଭାବ ପକାଇଛି । ଲକ୍‍ଡାଉନ ଯୋଗୁ ସହରାଚଂଳର ଉଠା ଦୋକାନୀ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି ଓ ଏହା ଦ୍ୱାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠା ହୋକାନୀ ଉପକୃତ ହେବେ ।

Exit mobile version