ଗଙ୍ଗାବାଡରେ ଆନ୍ତଃରାଜ୍ୟ ସୀମା ବିବାଦ ନାହିଁ, କିଛି ଦୀନ ମଧ୍ୟରେ ଆନ୍ଧ୍ର ପ୍ରଶାସନ ସହ ବୌଠକ ହେବ – ରାୟଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ଗଜପତି :- ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର-ଓଡିଶା ବିବାଦ ଅନେକ ଦିନ ହେବ ଚାଲିଆସିଛି । ଆନ୍ଧ୍ର ସୀମାନ୍ତ ଓଡିଶାର ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ଚମ୍ପାପୁର ଗ୍ରାମ ନିକଟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ମନରେଗା ମାଧ୍ୟମରେ ଏକ ପୋଖରୀ ଖନନ କାମ ଚାଲିଛି । ତେବେ ପୋଖରୀ ଖନନ ହେଉଥିବା ସ୍ଥାନଟି ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସରକାର ଜୋରଜବରଦସ୍ତ କାମ ଜାରି ରଖିଛି । ଏହି ପଞ୍ଚାତର ବିଭିନ୍ନ ଗାଁରେ ଆନ୍ଧ୍ର ସରକାର ଅନେକ ଜନହିତକର କାମ କରିବା ସହ ଓଡିଶାର ଲୋକଙ୍କୁ ବଭିନ୍ନ ଜନକଲ୍ୟାଣ ଯୋଜନାରେ ସାମିଲ କରି ବିଭିନ୍ନ ଭାବେ ପ୍ରଲୋଭିତ କରି ଓଡିଶାରେ ଆନ୍ଧ୍ରର ରାଜୁତି କରିବା ଅପଚେଷ୍ଟା କିଛି ନୂଆ କଥା ନୁହେଁ ।

ତେବେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ କେତେକ କ୍ଷେତ୍ରରେ ଆନ୍ଧ୍ରର ସରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛି। ନଚେତ କେବଳ ସରକାର କିମ୍ବା ପ୍ରଶାସନ ଉପରେ ଭରସା କରିଥିଲେ ହୁଏତ କେଉଁ କାଳରୁ କୋରାପୁଟର କୋଟିଆ ଭଳି ଏହି ଅଞ୍ଚଳରେ ମଧ୍ୟ ଆନ୍ଧ୍ର ଅକ୍ତିଆର କରି ନିଜର ଦାଦାଗିରି ପ୍ରଦର୍ଶନ କରିଥାନ୍ତା । ଯଦିଓ ଏହି ଅଞ୍ଚଳରେ ଆନ୍ଧ୍ର ପ୍ରୟାସ ଜାରି ରଖିଛି କିନ୍ତୁ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ । ବର୍ତ୍ତମାନ ଚମ୍ପାପୁର ନିକଟରେ ଆନ୍ଧ୍ରର ମଞ୍ଜୁଷା ମଣ୍ଡଳ ପକ୍ଷରୁ ମନରେଗା ଯୋଜନା ମାଧ୍ୟମରେ ଏକ ପୋଖରୀ ଖନନ କାମ ଆରମ୍ଭ ହୋଇଛି । ଏଠାରେ ପ୍ରତିଦିନ ଆନ୍ଧ୍ର ଲୋକେ କାମ କରୁଛନ୍ତି । ଆନ୍ଧ୍ରର ଲୋକଙ୍କ ସହ ଗଜପତିର ଗଙ୍ଗବାଡ ଅଞ୍ଚଳର ଲୋକେ ମଧ୍ୟ ଏହି କାମରେ ସାମିଲ ହୋଇଛନ୍ତି । କାରଣ ଗଜପତିର ଗଙ୍ଗାବାଡ ଲୋକଙ୍କୁ ମଧ୍ୟ ଆନ୍ଧ୍ର ସରକାର ଜବକାର୍ଡ ଯୋଗାଇ ଦେଇଛନ୍ତି । ତେବେ ପଖୋରୀ ଖନନ ହେଉଥିବା ସ୍ଥାନଟି ଓଡିଶାର ହୋଇଥିଲେ ମଧ୍ୟ ଆନ୍ଧ୍ର ସେଠାରେ ପୋଖରୀ ଖୋଳା ଜାରି ରଖିଛି ।

ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ୱେ ଆନ୍ଧ୍ର ଅଧିକାରୀମାନେ ଭୃକ୍ଷେପ ନକରି କାମ ଜାରି ରଖିଛନ୍ତି । ଓଡିଶାର ଲୋକେ ଏହି ସ୍ଥାନକୁ ନିଜର ବୋଲି କହୁଥିବା ବେଳେ ଆନ୍ଧ୍ରର ଲୋକେ ମଧ୍ୟ ଏହାକୁ ନିଜର ବୋଲି ଦାବି କରୁଛନ୍ତି । ତେଣୁ ଏଠାରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ସୀମାକୁ ନେଇ ଆନ୍ଧ୍ର ସବୁବେଳେ ନିଜର ଦାଦାଗିରି ପ୍ରଦର୍ଶନ କରିଆସିଛି । ବର୍ତ୍ତମାନ ଯେଉଁ ସ୍ଥାନରେ ପୋଖରୀ ଖନନ ଚାଲିଛି । ଗତବର୍ଷ ସେହି ସମାନ ସ୍ଥାନରେ ଜମିକୁ ନେଇ ବିବାଦ ଦେଖାଦେଇଥିଲା । ସେତେବେଳେ ଉଭୟ ଗଜପତି ଏବଂ ଶ୍ରୀକାକୁଲମ ଜିଲ୍ଲାର ରାଜସ୍ୱ ଅଧିକାରୀଙ୍କ ଉପସ୍ଥିତିରେ ମାପ କରାଯାଇଥିଲା । ଯେଉଁଥିରେ ଏହି ସ୍ଥାନ ଓଡିଶାର ବୋଲି ସ୍ପଷ୍ଟ ହୋଇଥିଲା । ହେଲେ ମାପବେଳେ ପୋତା ଯାଇଥିବା ପଥରଗୁଡିକୁ ଆନ୍ଧ୍ର ହଟାଇ ଦେଇ ବର୍ତ୍ତମାନ କାମ କରି ଚାଲିଛି । ଯାହାକି ଆନ୍ଧ୍ରର ଦାଦାଗିରିକୁ ସ୍ପଷ୍ଟ ପ୍ରମାଣିତ କରୁଛି ।

ତେବେ ଏ ନେଇ ଗଜପତି ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରେ ସେ ପ୍ରଥମେ ଆନ୍ଧ୍ର- ଓଡିଶା ଅନ୍ତଃରାଜ୍ୟ ବିବାଦକୁ ଖଣ୍ଡନ କରିବା ସହ ପୁର୍ବେ ଉକ୍ତ ସ୍ତାନରେ ଆଦୀବାସି ସମ୍ପ୍ରଦାୟର ଲୋକମାନେ ବସବାସ କରିଆସୁଥିଲେ ଏବଂ ସେମାନେ ଗଜପତିରେ ରହୁଥିବା ଆଦିବାସି ପରିବାର ମାନଙ୍କ ସମ୍ପର୍କୀୟ । ସମସ୍ତେ ମିଳିମିସି ସମସ୍ତ ଚାଷକାର୍ଯ୍ୟ କରିଆସୁଥିଲେ ଏବଂ ସେ ସମୟରେ କୌଣସି ବିକାଶ ମୁଳକ କାର୍ଯ୍ୟ ହୋଇନଥିଲା ସେଥିପାଇଁ ସ୍ଥାନୀୟ ଜନସାଧରଣ ଜାଣିପାରୁନଥିଲେ ଯେ ଜମି କାହାର । କିନ୍ତୁ ପ୍ରସାସନ ପକ୍ଷରୁ ଯେତେବେଳେ ଉନ୍ନୟନ ମୁଳକ କାର୍ଯ୍ୟର ଆରମ୍ଭ ହେଲା ସେଥିରୁ ଜଣାପଜିଥିଲା ଯେ ଅଧିକାଂସ ସ୍ଥାନ ସରକାରଙ୍କ । ତେଣୁ ଯେଉଁମାନେ ଉକ୍ତ ସ୍ଥାନ ଗୁଡାକରେ ଚାଷ କାର୍ଯ୍ୟ ବା ଅନ୍ୟାନ୍ୟ କାର୍ଯ୍ୟ କରିଆସୁଥିଲେ ବର୍ତ୍ତମାନ ତାହା ପ୍ରଶାସନ ଅଧିନକୁ ଅସିଥିବା ବେଳେ ଆନ୍ଧ୍ରପଟ ରହିଥିବା ଲେକଙ୍କୁ ଏହା ଓଡିଶାର ବୋଲି ଜଣା ନଥିଲା ।

ଯାହା ସମସ୍ୟା ଉପୁଜୁଛି ସ୍ଥାନୀୟ ବାସିନ୍ଦା ଏବଂ ଆନ୍ଦ୍ର ପ୍ରଶାସନ ସହ ଆଲୋଚନା କରାଯାଇ ସମସ୍ୟା ଦୁରକରାଯାଉଅଛି । ମୁଖ୍ୟତଃ ସେଠାରେ ସରକାଙ୍କ ଜାଗା ରହିଛି ଏବଂ କିଛି ଲୋକ ଉକ୍ତ ଅଞ୍ଚଳରେ ସରକାରୀ ଜାଗାକୁ ନିଜ ଦଖଲରେ ରଖିଥିଲେ ସେଥିମଧ୍ୟରୁ ଆନ୍ଧ୍ରର କିଛି ରାଜନୈତିକ ବ୍ୟକ୍ତି ନିଦ ସ୍ୱାର୍ଥ ହାସଲ କରିବା ପାଇଁ ଉକ୍ତ ଘଟଣାକୁ ନେଇ ବିବାଦ ସୃଷ୍ଟି କରୁଛନ୍ତି ଏବଂ ସେମାନଙ୍କୁ ଆମେ ବୁଝାସୁଝା କଲାପରେ ସେମାନେ ସତ କଣ ଜାଣିପାରୁଛନ୍ତି । ଓଡିଶା ଏବଂ ଆନ୍ଦ୍ରର ମ୍ୟାପକୁ ନେଇ କୌଣସି ଦ୍ୱନ୍ଦ ନାହିଁ । ଆଗାମି କିଛି ଦୀନରେ ଗଙ୍ଗାବାଡ ପଞ୍ଚାୟତର ମାଣିକ ପାଟଣା, ଚମ୍ପାପୁର, ଗୁଡିଖୁଡି, ଅମରିଙ୍ଗ ଏବଂ ବାରଘର ଏହିପରି ଆଠଗୋଟି ଗ୍ରାମର ସୀମାରେ ପିଲର ନିର୍ମାଣ କରାଯିବ । ସେଥିପାଇଁ ଆନ୍ଧ୍ର ପ୍ରସାସନ ସହ ଏକ ଜରୁରି ବୈଠକ କରାଯିବ ବୋଲି ପ୍ରକାଶ କରିଛନ୍ତି ଉପଜିଲ୍ଲାପାଳ ସଂଗ୍ରାମ କେଶରି ପଣ୍ଡା । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version