Home ଓଡ଼ିଶା ବିଡ଼ିଓଙ୍କ କୋଭିଡ ପରିଚାଳନା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ହିଞ୍ଜିଳିକାଟୁ :- କରୋନା ଭୁତାଣୁର ଦ୍ଵିତୀୟ ଲହର ସାରା ରାଜ୍ୟରେ ଅତି ଭୟଙ୍କର ସାବ୍ୟସ୍ତ ହୋଇଛି ।ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି ଭୟ ଓ ଆତଙ୍କର କରୁଣ ପରିସ୍ଥିତି ।କିଲର ଭାଇରସ ଯୋଗୁଁ ପରିସ୍ଥିତି ଏପରି ହୋଇଛି ଯେ ନିଜ ସମ୍ପର୍କୀୟଙ୍କ ସ୍ୱାଭାବିକ ମୃତ୍ୟୁ ଘଟିଲେ ମଧ୍ୟ ଚାରିକାନ୍ଧ ଦେବା ତ ଦୂରର କଥା ଶବ ପାଖ ମାଡିବାକୁ ସେମାନେ ଉଚିତ ମଣୁ ନ ଥିବା ଘଟଣା ସାମ୍ନାକୁ ଆସିଛି।ଏଭଳି ବିକଳ ଚିତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଇଛି । ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇ ଗ୍ରୀନଜୋନରେ ପରିଣତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । କରୋନା ସହର ଛାଡି ଏବେ ଗାଁ ମୁଁହା । ଗ୍ରାମାଞ୍ଚଳରେ ଏହାର ସଠିକ ସ୍ଥିତି ନିର୍ଣ୍ଣୟ କରିବା ଏବେ ଅତ୍ୟନ୍ତ ଜରୁରୀ ହୋଇଛି । ସ୍ଥାନୀୟ ହିଞ୍ଜିଳି ବ୍ଳକ ପ୍ରଶାସନ ପକ୍ଷରୁ କରୋନା ପରିଚାଳନା ଓ ଏହାର ସଠିକ ମୁକାବିଲା ପାଇଁ ପ୍ରାଥମିକତା ଦିଆ ଯିବା ସହ କରୋନା ମୁକ୍ତ ବ୍ଳକ ଭାବେ ପରିଣତ କରିବା ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିଛି । ଗ୍ରାମାଞ୍ଚଳରେ କୋଭିଡ ସୁପରିଚାଳନା ଓ ଟୀକାକରଣ ସକାଶେ ଗୁରୁତ୍ୱାରୋପ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାର ସବୁ ବିଡ଼ିଓଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି କ୍ରମରେ ହିଞ୍ଜିଳି ବିଡ଼ିଓ ସୁବ୍ରତ କୁମାର ଜେନା କ୍ରମାଗତ ଭାବେ ବ୍ଳକର ବିଭିନ୍ନ ପଞ୍ଚାୟତରେ ଯୁଦ୍ଧକାଳୀନ ଭିତ୍ତିରେ ବୈଠକମାନ ଆୟୋଜିତ କରି କରୋନା ପରିଚାଳନା,ଟୀକାକରଣ ପ୍ରକ୍ରିୟା ସହ ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ସକାଶେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପିଇଓ କାଳୁ ମହାରଣାଙ୍କ ତତ୍ତ୍ୱାବଧାନରେ ଦାରୁଭାଦ୍ରା ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜନ ପ୍ରତିନିଧି,କୋଭିଡ ମନିଟର, ସ୍ୱାସ୍ଥ୍ୟ କର୍ମୀ ଙ୍କୁ ନେଇ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଡ଼ିଓ ସୁବ୍ରତ କୁମାର ଜେନା ବୈଠକରେ ଯୋଗ ଦେଇ ଗ୍ରାମବାସୀ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରଶାସନର କଟକଣା ମାନି କୋଭିଡ ନିୟମ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟାପକ ଟୀକାକରଣ ପ୍ରକ୍ରିୟାରେ ଗ୍ରାମବାସୀ ଅଂଶ ଗ୍ରହଣ କରି ପଞ୍ଚାୟତକୁ କରୋନା ମୁକ୍ତ କରିବା କ୍ଷେତ୍ରରେ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଲୋଡିଥିଲେ । ରୋଗକୁ ଲୁଚାଇ ଅନ୍ୟ ମାନଙ୍କ ପ୍ରତି ବିପଦ ସୃଷ୍ଟି କରିବା ଅପେକ୍ଷା ଟୀକା ନେବା ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଚିତ ଔଷଧ ସେବନ କଲେ ଗ୍ରାମ ସମ୍ପୂର୍ଣ୍ଣ ରୂପେ ମହାମାରୀ କରୋନାରୁ ମୁକ୍ତ ହୋଇ ପାରିବ ବୋଲି ସେ ଉପସ୍ଥିତ ବ୍ୟକ୍ତି ସମୁହଙ୍କୁ କହିଥିଲେ । ପଞ୍ଚାୟତରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ଜଣାଇବାକୁ ସେ ପରିପ୍ରକାଶ କରିଥିଲେ।ମନରେଗା ଯୋଜନାରେ ସାପୁଅ ପଲ୍ଲୀ ଗ୍ରାମସ୍ଥିତ ଦେଉଳ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିବା ପରେ ନିୟୋଜିତ ଥିବା ଶ୍ରମିକଙ୍କୁ କରୋନା ସଚେତନତା ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଆଲୋଚନା ବେଳେ ସରପଞ୍ଚ ଏ. ସୀତା,କୃଷକ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ଏ.ସୁଦର୍ଶନ,ଜିଲ୍ଲା ପରିଷଦ ସଭ୍ୟା ଆରତୀ ମହାନ୍ତି, ପ୍ରମୋଦ କୁମାର ମହାନ୍ତି,କନିଷ୍ଠ ଯନ୍ତ୍ରୀ ହର୍ଷ ମାଧବ କର,ଜିଆରଏସ ଅମର ପ୍ରଧାନ,ବିଏଫଟି ବୃନ୍ଦାବନ ଗୌଡ଼, ଏଏନଏମ ଚିତ୍ରାଙ୍ଗିନୀ ସିଂ,ୱାର୍ଡ ସଭ୍ୟ/ସଭ୍ୟା,ଆଶା ଦିଦି,ଅଙ୍ଗନବାଡି ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ। ( ରିପୋର୍ଟ: ଶୁସାନ୍ତ ପ୍ରଧାନ ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026 ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି by Proprietor Abhimanyu Maharana September 18, 2026 ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ by Proprietor Abhimanyu Maharana September 18, 2026 ଗାଜଲବାଡ଼ି ଘାଟିରେ ପୁଣି ଦୁର୍ଘଟଣା : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା କଣ୍ଟେନର by Proprietor Abhimanyu Maharana September 18, 2026