ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା ବାର୍ତ୍ତା ବାହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନ କୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ସି. ଡି.ପି.ଓ.ଅନିତା କୁମାରୀ ଦାଶ ଏବଂ ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ୟାମ୍ପେନ ର ସଫଳତା କାମନା କରିଥିଲେ ।
