ରାଜନଗର ବ୍ଲକ କଂଗ୍ରେସ ପକ୍ଷରୁ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମୋ ପୋଖରୀ ଯୋଜନାରେ କାର୍ଯ୍ୟ ଦେଶ ନେଇ ବ୍ରାହ୍ମଣୀ ସାହି ପଂଚାୟତ ର ମନରେଗା କାର୍ଯ୍ୟ ଶେଷ ପରେ ମଧ୍ୟ ଟଙ୍କା ନମିଳିବାରୁ ଧାରଣା 

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍,ମଙ୍ଗଳବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀସାହି ପଂଚାୟତ ର ମହା ଦୃନୀତି ଆଜି ହାଟରେ ପଡିଗଡୁଛି, ତେବେ ଏନେଇ ରାଜନଗର ବ୍ଲକ କଂଗ୍ରେସ କମିଟି ଓ ଯୁବ କଂଗ୍ରେସ ଙ୍କ ମିଳିତ ଆନୁକୂଲ୍ୟ ରେ ରାଜନଗର ବ୍ଲକ ବିଡ଼ିଓ ଙ୍କ ଅଫିସ ଆଗରେ ଏକାଧିକ ଭାବେ କୋଭିଡି ଗାଇଡି ଲାଇନି ନିୟମ କୁ ପାଳନ କରି ଧାରଣା ଦେଇଛନ୍ତି, ତେବେ ଘଟଣା ସ୍ଥଳରେ ଖବର ପାଇ ଆମ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ପହଁଚି ସିଧା ସଳଖ ଭାବେ ଧାରଣା କାରି ମାନେ ହେଲେ ଦାମୋଦର ବିଶ୍ୱାଳ, ରମେଶ ଚନ୍ଦ୍ର ଖଟୁଆ, ଅଲେଖ ବେହେରା, କଂଗ୍ରେସ ସଭାପତି ବ୍ରାହ୍ମଣୀ ସାହି ପଞ୍ଚାୟତ, ସରୋଜ କୁମାର ଜେନା, ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା,

ପୂର୍ବତନ ସରପଞ୍ଚ ରଞ୍ଜନ କୁମାର ମହାନ୍ତି, ଶୁକ ଦେବ ଭଦ୍ର ସମିତି ସଭ୍ୟ ଡେରା ପଂଚାୟତ, ବିନୋଦ ବିଶ୍ୱାଳ, ନିମାଇଁ ସ୍ୱାଇଁ, ବିଘ୍ନ ସ୍ୱର ବିଶ୍ୱାଳସମେତ ବ୍ଲକ ବରିଷ୍ଠ ଯୁବ ନେତା ତଥା ଓସ୍ତିଆ ପଂଚାୟତ ସମିତି ସଭ୍ୟ ପାରେଶ୍ବର ନାୟକ ଙ୍କ ସହିତ ପ୍ରମୋଦ କୁମାର ପ୍ରଧାନ ଧାରଣା ରେ ବସି ରହିବା ଯଦି ଅନ୍ୟ ପଟେ ଦେଖିବାକୁ ଗଲେ ଆଜି ର ଦିନରେ କେନ୍ଦ୍ରୀୟ ଟିମ ବାତ୍ୟା ୟସ ପାଇଁ ଆସିବା ସହିତ ପୁରା କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଜିଲ୍ଲା ସ୍ତରୀୟ ଅନେକ ବିଭାଗୀୟ ପଦାଧିକାରୀ ଅଫିସର ମାନଙ୍କ ଗ୍ରସ୍ତ ରାଜନଗର ବ୍ଲକ ର ଅତି ଉପାନ୍ତ ଅଞ୍ଚଳ ତାଳଚୁଆ, ରଙ୍ଗଣୀ, କେରୁଆ ପାଳ, କୃଷ୍ଣ ନଗର, ଖମାର ସାହି,

ଡାଙ୍ଗମାଳ ପଂଚାୟତ ଆଦି ବୁଲି ଦେଖିବେ କେନ୍ଦ୍ରୀୟଉଚ୍ଚ ଅଧିକାରୀ ଅନୁସଂଧାନ କାରୀ ଦଳ ତେବେ ପରିଶେଷରେ ଜାତୀୟ ଉଦ୍ୟାନ ଭିତରକନିକା ବୁଲି ପରିଦର୍ଶନ କରିବା ସହିତ ବାତ୍ୟା ୟସ ରେ ହୋଇ ଥିବା ସାଧାରଣ ଲୋକମାନଙ୍କ ର ପ୍ରକୃତ ପକ୍ଷେ କଣ କଣ କ୍ଷୟ କ୍ଷତିର ଆକଳନ ରିପୋର୍ଟ ପ୍ରସ୍ତୁତ କରିବାନିମନ୍ତେ କାର୍ଯ୍ୟକ୍ରମ ରହିଛି, ସତ କଥା ଯଦି କୁହାଯାଏ, ଅନ୍ୟ ପକ୍ଷରେ ରାଜନଗର କଂଗ୍ରେସ ଦଳର ଆଗଧାଡିର ଛାମୁଆ ନେତା ମାନଙ୍କର ଏକାନ୍ତ ଯିଦି ଜିଲ୍ଲାପାଳ ମହୋଦୟ ଆମ ପାଖକୁ ଆସି ଆମ୍ଭେ ମାନଙ୍କ ଦାବୀ ଗୁଡିକୁ ପୂରଣ କଲେ ହୁଏତ ତେବେ ଯାଇ ଆମେ ମାନେ ଧାରଣା ସ୍ଥଳରୁ ଉଠିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି, l  (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ)

Exit mobile version