ଏସ୍‌ସିବି କୋଭିଡ୍‌ ହସ୍ପିଟାଲକୁ ସୁନା ଅଳଙ୍କାର ମନା

ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର ) କଟକ :- ଯେଉଁ ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବେ ସେହି ସମୟରେ ସେ ପିନ୍ଧିଥିବା ସୁନା ଅଳଙ୍କା‌ର ସବୁ ତାଙ୍କ ସଂପର୍କୀୟଙ୍କୁ ହସ୍ତାନ୍ତର କରିବେ ।  ସୁନା ତାଙ୍କ ସଂପର୍କୀୟ ନେବା ପରେ କାଗଜରେ ସୁନା ଗ୍ରହଣ ଓ ତାଙ୍କ ରୋଗୀ କୌଣସି ସୁନା ପିନ୍ଧି ନଥିବା ନେଇ ଦସ୍ତଖତ ମଧ୍ୟ ଦେବେ । ସୁନା ଚୋରି ରୋକିବାକୁ ଏସ୍‌ସିବି କୋଭିଡ୍‌ ହସ୍ପିଟାଲରେ ଏଭଳି ବ୍ୟବସ୍ଥା କରାଯାଇଛି । ବାରମ୍ବାର ସୁନା ଅଳଙ୍କାର, ଦାମୀ ମୋବାଇଲ ଚୋରି ହେଉଥିବା ନେଇ ଅଭିଯୋଗ ହେବା ପରେ କର୍ତ୍ତୃପକ୍ଷ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ମୋବାଇଲ କିନ୍ତୁ ୱାର୍ଡକୁ ରୋଗୀ ନେଇ ପାରିବେ । କାରଣ ମୋବାଇଲ ଏବେ ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇଥିବା ବେଳେ ସୁସ୍ଥ ହେଉଥିବା ରୋଗୀ ମୋବାଇଲ ଦେଖି ତାର ମନକୁ ହାଲୁକା କରିପାରିବ ଓ ତାଙ୍କ ପରିଜନଙ୍କ ସହିତ କଥାବାର୍ତ୍ତା ହୋଇପାରିବ । ଏସ୍‌ସିବିରେ ସୁନାଗହଣା ଚୋରିକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ପ୍ରଥମରୁ ନିଆଯାଇଥିଲା ।  କିନ୍ତୁ ରୋଗୀ ଓ ସଂପର୍କୀୟ ଏହାକୁ ମାନୁ ନଥିଲେ । (ରିପୋର୍ଟ ରଶ୍ମିତା ମହାପାତ୍ର )

Exit mobile version