ଓଡ଼ିଶା ତାଜା ନ୍ୟୁଜ୍ (୭ ଜୁନ୍ ,ସୋମବାର ) ବାଙ୍କୀ :- ବିଶ୍ୱ ପରିବେଶ ସପ୍ତାହ ଉପଲକ୍ଷେ ଆଜି ଅଦୈତ୍ୟ ଫାଉଣ୍ଡେସନ୍ ପକ୍ଷରୁ ବାଙ୍କୀ ନିର୍ବାଚନୀ ମଣ୍ଡଳୀର ଭଗିପୁର, ବାଆଁରା, ରାମଚଣ୍ଡୀ, ସାନମୁଣ୍ଡଳି, ନରାଜ ଆଦି ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ଫାଉଣ୍ଡେସନର ଅଧ୍ୟକ୍ଷ ସାମାଜିକ କର୍ମୀ ନଳିନୀ ରାୟ ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିଜେ ବୃକ୍ଷରୋପଣ କରି ସମସ୍ତେ ନିଜ ନିଜ ଘରବାରିରେ ବୃକ୍ଷରୋପଣ କରିବା ପାଇଁ ଅନୁରୋଧ କରିଥିଲେ ।
କରୋନା ମହାମାରୀ ସମୟରେ ବର୍ତ୍ତମାନ ସରକାର ଅକ୍ସିଜେନ୍ କିଣୁଛନ୍ତି । ଯଦି ଆମେ ବାରି ଓ ଗାଁର ଖାଳି ସ୍ଥାନରେ ବୃକ୍ଷ ରୋପଣ କରିବା ତେବେ ଅକ୍ସିଜେନ୍ର ଅଭାବ ଦେଖା ଦେବନାହିଁ ବୋଲି ଶ୍ରୀ ରାୟ ପ୍ରକାଶ କରିଥିଲେ । ଫାଉଣ୍ଡେସନର ଉପଦେଷ୍ଟା ଆଇନଜୀବୀ ତାପସ କୁମାର ଦ୍ୱିବେଦୀ ସମସ୍ତଙ୍କୁ ବୃକ୍ଷରୋପଣ କରାଇବା ପାଇଁ ପଣ କରାଇଥିଲେ । ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ରାୟ ଓ ଦ୍ୱିବେଦୀଙ୍କ ନେତୃତ୍ୱରେ ଆଜି ୫୦ଗୋଟି ଚାରା ବଣ୍ଟନ କରାଯାଇଥିଲା । (ରିପୋର୍ଟ :ଗୌତମ ମିଶ୍ର)
