ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) କୋରାଇ :- ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୨ୟବର୍ଷ ପୂର୍ତି ଉପଲକ୍ଷେ ପ୍ରଧାନମବୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ପରାମର୍ଶକ୍ରମେ ବିଜେପି ପକ୍ଷରୁ ସମଗ୍ର ଭାରତ ବର୍ଷରେ ‘ସେବାହିଁ ସଙ୍ଗଠନ’ ନାମରେ କାର୍ଯ୍ୟକ୍ରମ ଚାଲୁରହିଛି । ଯାଜପୁର ଜିଲା ବିଜେପି ଓ ଯୁବମୋର୍ଚ୍ଚା ପକ୍ଷରୁ ମଧ୍ୟ ଏହି ମହାମାରୀ କରୋନା ଓ ବତ୍ୟା ‘ୟସ’ ସମୟରେ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଯୁବ କାର୍ଯ୍ୟକର୍ତାମାନଙ୍କ ସହଯୋଗରେ ସୁଖିଲା ଖାଦ୍ୟ ଓ ତୁଣ୍ଡି ବଂଟନ ସମେତ କରୋନା ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହି ସଂକଟ ସମୟରେ ଜିଲାରେ ରକ୍ତର ଅଭାବ ଦେଖାଦେଇଛି ।

