କଟକ (ଓଡିଶା ତାଜା ନ୍ୟୁଜ୍ ) 16/03/20- କରୋନା ଭାଇରସ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରି ଓଡ଼ିଶାରେ ପହଁଚିଥିବା ବେଳେ ଏହାର କିପରି ସଫଳ ମୁକାବିଲା କରାଯାଇପାରିବ ସେଥିନେଇ ସରକାର ତପ୍ତରତା ପ୍ରକାଶ କରିବା ସହ ସ୍କୁଲ କଲେଜ ସପିଙ୍ଗ ମଲ, ଜନଗହଳି ବ୍ୟବସାୟୀ ପ୍ରତିଷ୍ଠାନ, ସଭା ସମିତି ଉପରେ ପ୍ରତିବନ୍ଧକ ଲଗାଇ ଲୋକଙ୍କୁ ସଚେତନ କରାଉଛନ୍ତି ବିଭିନ୍ନ ଉପାୟରେ, ହେଲେ ଏତିକିବେଳେ ମାଟି ଉଠିଛନ୍ତି ଅସାଧୁ ବ୍ୟବସାୟୀ ମାନେ, ଏହି କରୋନା ଭାଇରସ ର ଫାଇଦା ଉଠାଇବାକୁ ବ୍ୟବସାୟୀ ମାନେ ମାସ୍କ ଓ ସାନିଟାଇଜର ର କୁଟିମ ଅଭାବ ସୃଷ୍ଟି କରି ସାଧାରଣ ଲୋକଙ୍କୁ ଲୁଟିବା ଆରମ୍ଭ କରି ଦେଇଛନ୍ତି, ହଟାତ ବାଜାରୁ ଉଭାନ ହୋଇଯାଇଛି ସାନିଟାଇଜର ଓ ମାସ୍କ, ସାଧାରଣ ମାସ୍କ ବଜାରରେ ଦଶ ରୁ କୋଡିଏ ଟଙ୍କାରେ ବିକରିହେଉଥିବା ବେଳେ ଏବେ ଏହା ଶହେ ଟଙ୍କା ଟପିଲାଣି, ଯିଏ ଯୋଉଠି ପାରିଲା ମନା ଇଛା ଡରରେ ବିକୁଛନ୍ତି, ତଥାପି ଲୋକ ମାନେ କରୋନା ଭୟରେ ଚଢା ଦରରେ ମାସ୍କ ଓ ସାନିଟାଇଜର କିଣିବାକୁ ଗଲାବେଳେ ତାହା ବି ଦୋକାନ ରେ ଉପଲବ୍ଧ ହେଉନି, ବିଶେଷ କରି କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ଏହାର ଘୋର ଅଭାବ ଦେଖାଦେଇଛି, ଲୋକ ମାନେ ପଇସା ଧରି ଇ ଦୋକାନରୁ ସେ ଦୋକାନକୁ ଧାଇଁ ଧାଇଁ ନୟାନ୍ତ ହେଲେ ବି ଦୋକାନୀ ମାନେ ଏହା ନାଇଁ କହି ଫେରାଇ ଦେଉଛନ୍ତି, ଏପରି ସ୍ଥଳେ ଲୋକ ମାନେ କିପରି କରୋନା କୁ ସାମ୍ନା କରିବେ ତାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହେଲାଣି, ସରକାର ତୁରନ୍ତ ସାନିଟାଇଜର ଓ ମାସ୍କ ଗ୍ରାମାଞ୍ଚଳରେ ଉପଲବ୍ଧ କରାଇବାକୁ ସାଧାରଣରେ ଦାବୀ ହୋଇଛି, ଯଦି ସଠିକ ସମୟରେ ଲୋକ ମାନେ ମାସ୍କ ଓ ସାନିଟାଇଜର ନ ପାଆନ୍ତି ତେବେ କିପରି କରୋନା କୁ ସାମ୍ନା କରିବେ ତାହା ନେଇ ପ୍ରଶ୍ନ ଉଠିଛି, ଗ୍ରାମାଞ୍ଚଳରେ ଲୋକ ମାନଙ୍କର ହିତକୁ ଦୃଷ୍ଟିରେ ରଖି ତୁରନ୍ତ ସରକାର ଏଥିପ୍ରତି ପଦକ୍ଷେପ ନେବାକୁ ଦାବୀ ହୋଇଛି
ବଜାରରୁ ମାସ୍କ ଓ ସାନିଟାଇଜର ଉଭାନ,10 ଟଙ୍କା ମାସ୍କ 70,80 ବିକ୍ରି, ଗ୍ରାମାଂଚଳରେ ମିଳୁନି ମାସ୍କ ଓ ସାନିଟାଇଜର

- Categories: Uncategorized, ଓଡ଼ିଶା, ହୋମ୍
Related Content
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ
by
Proprietor Abhimanyu Maharana
September 10, 2026
ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ
by
Proprietor Abhimanyu Maharana
September 10, 2026